fbpx

ଦେଶରେ ରହି ମଧ୍ୟ ଭୋଟ ଦେଇପାରିବେ ନାହିଁ ଏହି ଭୋଟର, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଗଣତାନ୍ତ୍ରିକ ଦେଶରେ ମତଦାନ କରିବା ସମସ୍ତଙ୍କ ଅଧିକାର । ରାଷ୍ଟ୍ରରେ ସରକାର ଗଠନ ପାଇଁ ମତଦାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଦେଶରେ ଅନେକ ପ୍ରକାର ଭୋଟର ଅଛନ୍ତି ଯଥା ସାଧାରଣ ଭୋଟର, ସର୍ଭିସ ଭୋଟର ଏବଂ ଏନଆରଆଇ ଭୋଟର । ତେବେ କୌତୁହଳର ବିଷୟ ଏହା ଯେ ଏପରି ଏକ ବର୍ଗ ଅଛି ଯେଉଁଥିରେ ଭୋଟରଙ୍କ ନାଁ ତ ରହିଛି କିନ୍ତୁ ସେମାନେ ଭୋଟ ଦେବାରୁ ବଞ୍ଚିତ । ଏମାନଙ୍କୁ D Voters କୁହାଯାଏ ।

D Voters କିଏ ?

D Voters ହେଉଛନ୍ତି ଡାଉଟଫୁଲ୍(ସନେ୍ଦହଜନକ) ଭୋଟର । ଏମାନେ ହେଉଛନ୍ତି ଆସମରେ ଭୋଟରଙ୍କ ଏକ ବର୍ଗ ଯେଉଁମାନଙ୍କ ଉପଯୁକ୍ତ ନାଗରିକତ୍ୱ ପ୍ରମାଣ ପତ୍ର ଅଭାବରୁ ସରକାରଙ୍କ ଦ୍ୱାରା ଭୋଟ୍ ଦେବା ପାଇଁ ବଞ୍ଚିତ ହୋଇଛନ୍ତି । ତେବେ ଆସାମରେ ଏହି ସନେ୍ଦହଜନକ ଭୋଟରଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷରୁ ଉଦ୍ଧ୍ୱର୍ ।

କେବେ ଠାରୁ ଏବଂ କିଏ ଘୋଷିତ କଲା D Voters ?

୧୯୯୭ ରେ ଭାରତୀୟ ନିର୍ବାଚନ ଆୟୋଗ ବିଦେଶୀ ନାଗରିକଙ୍କ ଚିହ୍ନଟ ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ । ଏହା ଅନ୍ତର୍ଗତ ରେଜିଷ୍ଟରରେ ସେହି ବ୍ୟକ୍ତିଙ୍କ ନାଁ ସାମିଲ ଥିଲା ଯେଉଁମାନଙ୍କ ନାଗରିକତାକୁ ନେଇ ବିବାଦ କିମ୍ବା ସନେ୍ଦହ ଦେଖାଯାଇଥିଲା । ତକ୍ରାଳୀନ ସରକାର ସେତେବେଳେ ଘୋଷଣା କରିଥିଲେ ଯେ ୧୯୭୧ ମାର୍ଚ୍ଚ ୨୪ ପୂର୍ବରୁ ଭାରତକୁ ଆସିଥିବା ଲୋକଙ୍କୁ ବୈଧ ନାଗରିକ ଏବଂ ଏହା ପରେ ଆସିଥିବା ଲୋକଙ୍କୁ ଅବୈଧ ନାଗରିକତାର ମାନ୍ୟତା ଦିଆଯାଉ । ଭାରତର ପଡ଼ୋଶୀ ଦେଶ ବାଂଲାଦେଶରୁ ଅନେକ ଲୋକ ବେଆଇନ୍ ଭାବେ ଭାରତକୁ ସ୍ଥାନାନ୍ତର ହୋଇ ଆସିଥିଲେ । ପରେ ୧୯୮୦ରେ ଆସାମର ଅନେକ ସଂଗଠନ ଦ୍ୱାରା ଏହାର ବିରୋଧ ହୋଇଥିଲା । ଏହି ସଂଗଠନ ଗୁଡ଼ିକ ଦାବି କରିଥିଲେ ଯେ ଯେଉଁମାନଙ୍କ ପାଖରେ ଉଚିତ ପ୍ରମାଣପତ୍ର ନାହିଁ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ଦେଶ ପଠାଯାଉ । ତେବେ ଏମାନଙ୍କ ମଧ୍ୟରୁ ଅଣ ହିନ୍ଦୁ ଭୋଟରଙ୍କ ସଂଖ୍ୟା ଅଧିକ ଥିଲା ।

ଭାରତରେ କୌଣସି ବ୍ୟକ୍ତିକୁ ଘୋଷିତ କରିବାର ଅଧିକାର କେବଳ Foreigner Tribunal ପାଖରେ ରହିଛି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା Foreigner Tribunal ଅର୍ଡ଼ର ୧୯୬୪ରେ ପାରିତ ହୋଇଥିଲା । ଏହି ଟ୍ରିବୁନାଲ ଅନ୍ତର୍ଗତ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦେଶରେ ଜଣେ ବ୍ୟକ୍ତି ଅଇନଗତ କିମ୍ବା ବେଆଇନ୍ ଭାବେ ରହୁଛନ୍ତି କି ନାହିଁ ତାହା ସ୍ଥିର କରିବା ପାଇଁ କ୍ଷମତା ଦିଆଯାଇଛି । ଏହି ଆଧାରରେ ଉକ୍ତ ବ୍ୟକ୍ତି ଭାରତୀୟ କିମ୍ବା ବିଦେଶୀ ଘୋଷିତ ହୋଇଥାଏ । ଏହି ଟ୍ରିବୁନାଲ ହେଉଛି ଏକ ଅର୍ଦ୍ଧ ନ୍ୟାୟିକ ସଂସ୍ଥା ।

Get real time updates directly on you device, subscribe now.