fbpx
BSKY
BJD SHG SKY
BJD MC SKY

YouTubeର କଣ୍ଟେଣ୍ଟ ଉପରେ କୋର୍ଟଙ୍କ କଡ଼ା ପଦକ୍ଷେପ, କହିଲେ ସମାଜ ପାଇଁ ହାନିକାରକ

ନୂଆଦିଲ୍ଲୀ: ୟୁଟ୍ୟୁବ ଚ୍ୟାନେଲରେ ଦେଖାଯାଉଥିବା କଣ୍ଟେଣ୍ଟକୁ ନେଇ ମାଡ୍ରାସ ହାଇକୋର୍ଟଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି । କୋର୍ଟ ଗୁରୁବାର ଦିନ କହିଛନ୍ତି ଯେ, କିଛି ୟୁଟ୍ୟୁବ ଚ୍ୟାନେଲ ନିଜ ସବସ୍କ୍ରିପସନ ବଢାଇବା ପାଇଁ ଅପମାନଜନକ କଣ୍ଟେଣ୍ଟ ଜାରି କରୁଛନ୍ତି । ଯାହା ସମାଜ ପାଇଁ ବିପଦ ସୃଷ୍ଟି କରୁଛି । ତେବେ ବର୍ତ୍ତମାନ ସରକାର ଏହି କଣ୍ଟେଣ୍ଟ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାନ୍ତୁ । ମାଡ୍ରାସ ହାଇକୋର୍ଟର ଜଜ ଜଷ୍ଟିସ କେ, କୁମାରେଶ ବାବୁଙ୍କ ପୀଠ ରେଡପିକ୍ସ ୟୁଟ୍ୟୁବ ଚ୍ୟାନେଲ ଉପରେ କେ ଜି, ଫେଲରିସ ଗେରାଲ୍ଡ ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣି କରି ଏହି ଟିପ୍ପଣୀ ଦେଇଛନ୍ତି ।

ରେଡପିକ୍ସ ୟୁଟ୍ୟୁବ କେ ଜି.ଫେଲିକ୍ସ ଏବଂ ସାଥୀ ୟୁଟ୍ୟୁବର ସବୁକ୍କୁ ଶଙ୍କରଙ୍କ ଉପରେ ତାମିଲନାଡୁ ମହିଳା ଉତ୍ପୀଡନ ନିଷେଧ ଅଧିନିୟମ ୧୯୮୮, ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ପ୍ରବନ୍ଧନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । କୋୟଂବଟୁର ସାଇବର କ୍ରାଇମ ସେଲ ଅବେଦନକାରୀଙ୍କ ଇଣ୍ଟରଭ୍ୟୁ ପରେ ଗେରାଲ୍ଡ ଏବଂ ଶଙ୍କରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହାପରେ ୪ ମେ ରେ ସାଇବର ସେଲ ଶଙ୍କରଙ୍କୁ ଏହି ମାମଲାରେ ଗିରଫ କରିଛନ୍ତି । ତେବେ କୋର୍ଟ ଏହି ମାମଲାରେ ଶୁଣାଣି କରିବା ଲାଗି ସମୟ ନେଇଥିଲେ ।

ତେବେ ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀ ପରେ ସରକାରଙ୍କ ସଙ୍ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ମଧ୍ୟ ଅଟେ, କାରଣ ଏପରି କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅଧିକ ଟୁଲ୍ସ ଅଣାଯାଉ । ୟୁଜର୍ସଙ୍କୁ ମଧ୍ୟ ଏପରି କଣ୍ଟେଣ୍ଟକୁ ରିପୋର୍ଟ କରିବା ଆବଶ୍ୟକ । ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଆପତ୍ତିଜନକ କଣ୍ଟେଣ୍ଟର ରିପୋର୍ଟ କରିବାର ବିକଳ୍ପ ରହିଛି । ଯାହାଦ୍ୱାରା ସେଗୁଡ଼ିକୁ ହଟାଯାଇପାରିବ ।

Get real time updates directly on you device, subscribe now.