fbpx
BSKY
BJD SHG SKY
BJD MC SKY

(Video) ପ୍ରମିଳା ମଲ୍ଲିକଙ୍କ ବିରୋଧରେ ଗର୍ଜିଲେ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥିନୀ ବବିତା ମଲ୍ଲିକ

ପ୍ରମିଳା ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନମଣ୍ଡଳୀରୁ ଜନତା ଦଳରୁ ପ୍ରଥମେ ୧୯୯୦ରେ ନିର୍ବାଚିତ ହୋଇ ପରେ ୨୦୦୦, ୨୦୦୪ ଓ ୨୦୦୯ରେ ବିଜୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିଲେ । ସେ ୨୦୦୪ ମଇ ୧୮ରୁ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ମହିଳା ଓ ଶିଶୁ ମାନଙ୍କୁ ଦିଆଯାଉଥିବା ଡ଼ାଲି ଯୋଗାଣରେ ଦୁର୍ନୀତି ହୋଇଥିବା ଭିଜିଲାନ୍ସ ବିଭାଗ କହିବା ପରେ ଏଥିରେ ମନ୍ତ୍ରୀଙ୍କ ସଂପୃକ୍ତ ଅଭିଯୋଗ ଥିବା ବିରୋଧି କଂଗ୍ରେସ ଓ ବିଜେପି ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଇଥିଲା । ସେତେବେଳେ ସେ ତାଙ୍କ ଇସ୍ତଫା ପତ୍ର ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଦେଇଥିଲେ ।

ଏହି ଘଟଣା ପରଠାରୁ ବିଞ୍ଝାରପୁର ନିର୍ବାଚନୀ ମଣ୍ଡଳୀର ଲୋକଙ୍କ ମଧ୍ୟରେ ପ୍ରମିଳାଙ୍କ ପ୍ରତି କୋଉଠି ନା କୋଉଠି ଆନ୍ତରିକତା କମିବା ଆରମ୍ଭ ହୋଇଥିଲା । ୨୦୧୯ ନିର୍ବାଚନ ଫଳାଫଳ ଦେଖିଲେ ତାଙ୍କର ପ୍ରତିଦ୍ୱନ୍ଦୀ ବବିତା ମଲ୍ଲିକଙ୍କ ଠାରୁ ମାତ୍ର ୨୧,୨୨୬ ଖଣ୍ଡ ଭୋଟରୁ ଜିତି ଥିଲେ । ୨୦୧୪ ନିର୍ବାଚନରେ ୩୮,୧୯୦ ଖଣ୍ଡ ଭୋଟରେ ଜିତିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କିପରି ତାଙ୍କର ଲୋକପ୍ରିୟତା କମିବାରେ ଲାଗିଛି । ଏନେଇ କଣ କହୁଛନ୍ତି ବବିତା ମଲ୍ଲିକ ତାଙ୍କ ମୁହଁରୁ ଶୁଣି ନିଅନ୍ତୁ ।

Get real time updates directly on you device, subscribe now.