fbpx
BSKY
BJD SHG SKY
BJD MC SKY

(Video): ପ୍ରଚାର କରିବାର ନୂଆ ରଣନୀତି; ସରକାରୀ ବସରେ ଯାତ୍ରା କଲେ ରାହୁଲ ଗାନ୍ଧୀ ଏବଂ ରେୱନ୍ତ ରେଡ୍ଡୀ

ନୂଆଦିଲ୍ଲୀ: ଲେକସଭା ନିର୍ବାଚନର ୩ୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟ ପାଇଁ ବ୍ୟସ୍ତ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ । ଏଥିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ତେଲେଙ୍ଗାନାର ଗ୍ରେଟର ହାଇଦ୍ରାବାଦରେ ଏକ ସାର୍ବଜନିକ ବୈଠକକୁ ସମ୍ବୋଧିତ କରିଥିଲେ । ଏହା ପରେ ରାହୁଲ RTC ବସରେ ଯାତ୍ରା କରିଥିଲେ ଏବଂ ଯାତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ତାଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ମଧ୍ୟ ସାମିଲ ଥିଲେ । ବର୍ତ୍ତମାନ ରାହୁଲ ଏବଂ ରେୱନ୍ତ ବସରେ ଯାତ୍ରା କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ଏଏନଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

ସୂଚନାରୁ ପ୍ରକାଶ ତେଲେଙ୍ଗାନାର ଗ୍ରେଟର ହାଇଦ୍ରାବାଦ ସ୍ଥିତ ମଲକାଜଗିରୀ ଲୋକସଭା ନିର୍ବାଚନ ମଣ୍ଡଳୀର ସରୁର ନଗରରେ ଏକ ସାର୍ବଜନିକ ବୈଠକକୁ ସମ୍ବୋଧିତ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହା ପରେ ସେ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ(TSRTC) ବସରେ ଯାତ୍ରା କରିଥିଲେ । ଏହି ସମୟରେ ଯେ ଯାତ୍ରୀଙ୍କୁ ‘ପଞ୍ଚ ନ୍ୟାୟ’ ବ୍ରୋଚର ବିତରଣ କରିଥିଲେ ଏବଂ ରାଜ୍ୟରେ କଂଗ୍ରେସ ସରକାର ଦ୍ୱାରା ମାଗଣା ବସ ଯାତ୍ରା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଲୋକଙ୍କ ଠାରୁ ସୂଚନା ନେଇଥିଲେ । ରାହୁଲ ଗାନ୍ଧୀ ଯାତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ କଂଗ୍ରେସ ଦ୍ୱାରା ଜାତୀୟ ଘୋଷଣା ପତ୍ରରେ ମହିଳା, ଯୁବକ, କୃଷକ ଏବଂ ଶ୍ରମିକଙ୍କ ବିଭିନ୍ନ ବର୍ଗଙ୍କ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ବିଷୟରେ ସୂଚନା ଦେଇଥିଲେ । ତେବେ ଯାତ୍ରୀମାନେ ବସରେ ରାହୁଲ ଗାନ୍ଧୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଯାତ୍ରୀମାନେ ସେମାନଙ୍କ ସହ ସେଲ୍ଫି ମଧ୍ୟ ଉଠାଇଥିଲେ । କହିରଖୁଛୁ ତେଲେଙ୍ଗାନାରେ ମୋଟ୍ ୧୭ଟି ଲୋକସଭା ଆସନ ପାଇଁ ଆସନ୍ତା ମେ ୧୩ରେ ମତଦାନ ହେବ । କିଛି ମାସ ପୂର୍ବରୁ ବିଧାନସଭା ନିର୍ବାଚନରେ କଂଗ୍ରେସ ଉତ୍ତମ ପ୍ରଦର୍ଶନ ଆଧାରରେ ବିଜୟ ହାସଲ କରିଥିଲା । ତେଣୁ ଚଳିତ ଲୋକସଭା ନିର୍ବାଚନରେ ପୁଣି ଥରେ ସେହିଭଳି ପ୍ରଦର୍ଶନ ଜାରି ରହିବ ବୋଲି ଆଶା କରିଛି ଦଳ ।

Get real time updates directly on you device, subscribe now.