fbpx
BSKY
BJD SHG SKY
BJD MC SKY

PoK ଉପରେ କ’ଣ ରହିଛି ଭାରତୀୟ ରାଜନୈତିକ ଦଳର ପ୍ରଭାବ, ଖୁଲାସା କଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପୁଣି ଥରେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ତାଗିଦ କରିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନର କବଜା କରିଥିବା କାଶ୍ମୀର ହେଉଛି ଭାରତର ଅଂଶ ଏବଂ ପ୍ରତ୍ୟେକ ଭାରତୀୟ ରାଜନୈତିକ ଦଳ ଏହା ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି ଯେ, ପୋକ୍ ଭାରତକୁ ଫେରିଆସୁ ।

ରିପୋର୍ଟ ମୁତାବକ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନୂଆ ଦିଲ୍ଲୀର ଗାର୍ଗି କଲେଜରେ ଛାତ୍ରଙ୍କ ସହ କଥା ହେଉଥିବା ବେଳେ ଏହି ବିବୃତ୍ତି ଦେଇଛନ୍ତି । ଜୟଶଙ୍କର କହିଛନ୍ତି ଯେ, ପିଓକେ ବିଷୟରେ ମୁଁ କେବଳ ଏତିକି କହିପାରିବି ଯେ, ଏହା ସଂସଦର ଏକ ପ୍ରସ୍ତାବ ଅଟେ । ଏହି ଦେଶର ପ୍ରତ୍ୟେକ ରାଜନୈତିକ ପାର୍ଟୀ ପୋକ୍ କୁ ସୁନିଶ୍ଚିତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ଅଟନ୍ତି, ଯାହା ଭାରତର ଅଂଶ ଅଟେ । ଏହା ଆମ ଜାତୀୟ ପ୍ରତିବଦ୍ଧତା ଅଟେ ।

ବୈଦେଶିକ ମନ୍ତ୍ରୀ ଆର୍ଟିକିଲ ୩୭୦ ଉପରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ, ଲୋକମାନେ ପୂର୍ବରୁ ଭାବୁଥିଲେ ଯେ, ଆର୍ଟିକିଲ ୩୭୦କୁ ବଦଳାଯାଇ ପାରିବନି କାରଣ ସେହି ସମୟରେ ରାଜନୀତି ଏହାକୁ ଜନତାଙ୍କ ଚିନ୍ତାଧାରା ଉପରେ ପ୍ରଭାବ ପକାଇଥିଲା । ଲୋକେ କେବଳ ଭାବୁଥିଲେ ଯେ, ୩୭୦ ଧାରାକୁ ବଦଳାଯାଇ ପାରିବ ନାହିଁ ଏବଂ ଏହାକ ଆମକୁ ଗ୍ରହଣ କରିବାକୁ ପଡିବ । କାରଣ ସେହି ସମୟର ରାଜନୀତି ଏହାକୁ ଜନ ଚେତନାରେ ବହୁତ ଗଭୀର କରିଥିଲା । ବର୍ତ୍ତମାନ ଆମେ ଦେଖିବାକୁ ପାଉଛୁ ଯେ, ଏହାକୁ ପରିବର୍ତ୍ତନ କରାଯିବା ପରେ ସମଗ୍ର ଭୂମିର ସ୍ଥିତି ବଦଳିଯାଇଛି ।

Get real time updates directly on you device, subscribe now.