fbpx
BSKY
BJD SHG SKY
BJD MC SKY

ବଦଳିଲା ପେଟ୍ରୋଲ ଓ ଡିଜେଲ ଦର; ତେଲ ପକାଇବା ପୂର୍ବରୁ ଦେଖନ୍ତୁ ଅତ୍ୟାଧୁନିକ ଦର…

ନୂଆଦିଲ୍ଲୀ: ଆଜି ମେ ୧୦ ତାରିଖରେ ତେଲ କଂପାନିଗୁଡ଼ିକ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ ଓ ଡିଜେଲ ଦର ଅପଡେଟ୍ କରିଛନ୍ତି । ଯାହା ଅନୁସାରେ ଆଜି ବିହାର ସମେତ ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହୋଇଛି । ସେହିପରି ଅନେକ ରାଜ୍ୟରେ ପେଟ୍ରୋଲ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି । ଏହା ବ୍ୟତୀତ ଏମିତି କିଛି ରାଜ୍ୟ ରହିଛି ଯେଉଁଠି ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଆସନ୍ତୁ ଜାଣିବା ଆଜି ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ଦର କ’ଣ ରହିଛି ।

ମେଟ୍ରୋ ସିଟିରେ ଲିଟର ପିଛା ପେଟ୍ରୋଲ-ଡିଜେଲ ଦର
ଦିଲ୍ଲୀ ୯୪.୭୨                      ୮୭.୬୨
ମୁମ୍ବାଇ ୧୦୪.୨୧                ୯୨.୧୫
କୋଲକାତା ୧୦୩.୯୪          ୯୦.୭୬
ଚେନ୍ନାଇ ୧୦୦.୭୫              ୯୨.୩୪

ଆଜି ଆସାମ, ବିହାର, ହରିୟାଣା, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତାମିଲନାଡୁରେ ପେଟ୍ରୋଲ-ଡିଜେଲ ମହଙ୍ଗା ହୋଇଛି । ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ, ଝାଡ଼ଖଣ୍ଡ, କେରଳ, ମଣିପୁର, ଓଡ଼ିଶା, ରାଜସ୍ଥାନ, ତେଲେଙ୍ଗାନା ଓ ୟୁପିରେ ଆଜି ପେଟ୍ରୋଲ ଡିଜେଲ ଦର ଶସ୍ତା ହୋଇଛି ।

ଅନଲାଇନରେ ଜାଣନ୍ତୁ ପେଟ୍ରୋଲ ଓ ଡିଜେଲ ଦର
ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (BPCL)ର ୱେବସାଇଟ୍: https://www.bharatpetroleum.in/
ଇଣ୍ଡିଆନ ଅଏଲ କର୍ପୋରେସନ (IOC)ର ୱେବସାଇଟ: https://iocl.com/
ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (HCL)ର ୱେବସାଇଟ୍: https://www.hindustanpetroleum.com/

 

Get real time updates directly on you device, subscribe now.