fbpx
BSKY
BJD SHG SKY
BJD MC SKY

ଚୀନକୁ ଝଟକା ଦେଲେ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ, ଡ୍ରାଗନ ଜାହଜକୁ ଦେଲେ ନାହିଁ ଅନୁମତି

ନୂଆଦିଲ୍ଲୀ: ଚୀନ ସହ ନିବିଡ ସଂପର୍କ ରଖୁଥିବା ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ ବର୍ତ୍ତମାନ ଚୀନକୁ ହିଁ ଝଟକା ଦେଇଛନ୍ତି । ମାଳଦ୍ୱୀପ ଚୀନର ଗୁପ୍ତଚର ଜାହଜକୁ ଅଟକାଇବା ସହ ତାକୁ ଅନୁମତି ଦେଇନାହିଁ । ଏହାକୁ ହିନ୍ଦ ମହାସାଗରର ସୁରକ୍ଷା ହିସାବରେ ମହତ୍ତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ । ମାଳଦ୍ୱୀପର ବୈଦେଶିକ ମନ୍ତ୍ରୀ ମୁସା ଜମୀର କହିଛନ୍ତି ଯେ, ତାଙ୍କ ସରକାର ମାଳଦ୍ୱୀପ ଜଳ କ୍ଷେତ୍ରରେ ଚୀନର ଗୁପ୍ତଚର ଜାହଜ ଜିୟାଙ୍ଗ ୟାଙ୍ଗ ହୋଙ୍ଗ-୩ ପ୍ରବେଶକୁ ଅନୁମତି ଦେଇନାହାନ୍ତି । ଏହି ବିଷୟ ଗତ ଦୁଇ ମାସ ମଧ୍ୟରେ ପୁଣି ଘଟିଛି । ସେହିପରି ଏହା ପୂର୍ବରୁ ମାଳଦ୍ୱୀପ ଭାରତୀୟ ଲୋକଙ୍କୁ ପର୍ଯ୍ୟଟନ ପାଇଁ ମାଳଦ୍ୱୀପ ଆସିବାକୁ ନିବେଦନ କରିଛନ୍ତି ।

ଭାରତ ଗସ୍ତରେ ଆସିଥିବା ମାଳଦ୍ୱୀପର ବୈଦେଶିକ ମନ୍ତ୍ରୀ ମୁସା ଜମୀର କହିଛନ୍ତି ଯେ, ହିନ୍ଦ ମହାସାଗରର ଶାନ୍ତି ଏବଂ ସୁରକ୍ଷା ଭାରତ, ମାଳଦ୍ୱୀପ, ଶ୍ରୀଲଙ୍କା ଏବଂ ଆମ ପଡୋଶୀର ଅନ୍ୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ସେ କହିଛନ୍ତି ଯେ, ଆମେ ସାଙ୍ଗ ହୋଇ କାମ କରିବା ଜାରି ରଖିବା, ଆମେ ଏକ ଶାନ୍ତିପୂର୍ଣ୍ଣ ଦେଶ ଭାବେ ସେହି ଜାହଜର ସ୍ୱାଗତ କରୁଛୁ, ଯାହା ଶାନ୍ତିପୂର୍ଣ୍ଣ ଉଦ୍ଧେଶ୍ୟ ପାଇଁ ଆସୁଛି, ହେଲେ ମାଳଦ୍ୱୀପର ଜଳ କ୍ଷେତ୍ରରେ ଅନୁସନ୍ଧାନ ପାଇଁ ଆସନ୍ତୁ ନାହିଁ । ଆମେ ମାଳଦ୍ୱୀପର ଜଳ କ୍ଷେତ୍ରରେ ଅନୁସନ୍ଧାନ ପାଇଁ ଚୀନ ଜାହଜକୁ ଅନୁମତି ଦିଆଯାଇନାହିଁ । ମୂସା ଜମୀର କହିଛନ୍ତି ଯେ, ମାଳଦ୍ୱୀପର ଜଳ କ୍ଷେତ୍ରରେ ରିସର୍ଚ୍ଚ କରୁଥିବା ଜାହଜମାନଙ୍କୁ ସ୍ୱାଗତ କରିନାହାନ୍ତି ।

Get real time updates directly on you device, subscribe now.