fbpx
BSKY
BJD SHG SKY
BJD MC SKY

ଅକ୍ଷୟ ତୃତୀୟ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ୍ସ ରେ ପୋଷ୍ଟ କରି କହିଲେ ଯେ, ମହାପ୍ରଭୁଙ୍କ ଆର୍ଶୀବାଦରୁ ଚାଷୀଭାଇଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ । ଚଳିତବର୍ଷ ଭଲ ଫସଲ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଉ ବୋଲି କହି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଷୟ ତୃତୀୟା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତ ଗରିବ ପରିବାର ସଦସ୍ୟଙ୍କୁ ଟ୍ୱିଟର ମାଧ୍ୟମରେ ସେ ଶୁଭେଚ୍ଛା ଜଣାଇଛନ୍ତି । ପରୋପକାର ପାଇଁ ପ୍ରେରଣା ଯୋଗାଉଛି ଏହି ପର୍ବ । ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଓ ଉତ୍ସାହ ଆଣିଦେଉ, ଏହା ହିଁ କାମନା ।

Get real time updates directly on you device, subscribe now.