fbpx

ମା’ ଦଶଭୂଜାଙ୍କ ଅପୂର୍ବ ଲୀଳା: ୫୦ ବର୍ଷ ପୁରୁଣା କୂଅରେ ଝରିଲା ମିଠା ପାଣି

ନୂଆଦିଲ୍ଲୀ: ଯେବେ କିଛି ଅସମ୍ଭବ କଥା ସମ୍ଭବ ହୋଇଯାଏ, ଲୋକେ ଏହାକୁ ଭଗବାନଙ୍କର ଚମତ୍କାର ବୋଲି କହିଥାନ୍ତି । ଏମିତି ଏକ ଚମତ୍କାର ଘଟିଛି ଯାହାକୁ ଲୋକେ ଦେବୀ ମାଙ୍କ ଚମତ୍କାର ବୋଲି କହୁଛନ୍ତି । ଏକ ୫୦ ବର୍ଷର ପୁରୁଣା କୂଅରେ ହଠାତ୍ ପାଣି ପୁରି ଉଠିଛି । ଲୋକେ ଏହାକୁ ଦେଖି କେବଳ ଯେ ଆଶ୍ଚର୍ଯ୍ୟ ହୋଇନାହାଁନ୍ତି, ଏଥିପାଇଁ ଦେବୀମାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ନବରାତ୍ର ସମୟରେ ଏହି ଚମତ୍କାରକୁ ମା’ ଦୁର୍ଗାଙ୍କ ଆଶିର୍ବାଦ ବୋଲି କହିଛନ୍ତି ଅଂଚଳବାସୀ । ଖାଲି ସେତିକି ନୁହେଁ ଏହି ପାଣିରେ ରୋଗ ମଧ୍ୟ ଭଲ ହେଉଛି ବୋଲି ସେଠାକାର ଲୋକେ ଦାବି କରିଛନ୍ତି । କାନପୁର ନିକଟ ଘାଟମପୁର ତହସିଲ ଚୋବେପୁର ଗାଁରେ ଦୀର୍ଘ ୫୦ ବର୍ଷ ଧରି ଏକ କୂଅ ଶୁଖିଲା ପଡିଥିଲା । ଫଳରେ ଏହା ପୂର୍ଣ୍ଣ ଭାବେ ଅଦରକାରୀ ହୋଇ ପଡିଥିଲା । ଆଖପାଖର ଲୋକେ ଏଥିରେ ଆବର୍ଜନା ପକାଉଥିଲେ । ହେଲେ ହଠାତ୍ ଏଥିରେ ପାଣି ଆସିବାର ଦେଖାଯାଇଥିଲା । ଲୋକେ ଏବେ ଏହି ପାଣିକୁ ବ୍ୟବହାର କରୁଛନ୍ତି । କୂଅର ଆଖପାଖ ସଫା କରି ଏଠାରେ ପୂଜାପାଠ କରିବା ଦେଖାଯାଇଛି । ଲୋକେ ଏହାକୁ ମା’ ଦୂର୍ଗାଙ୍କର ଆଶିର୍ବାଦ ବୋଲି କହୁଛନ୍ତି । ଏବେ ଏହି ପାଣିକୁ ଲୋକେ ଘରର ସୁଖ ଶାନ୍ତି ପାଇଁ ନେଇ ଯାଉଛନ୍ତି । କେହି କେହି ଏଠାରେ ନବରାତ୍ରି ଅବସରରେ ମୁଣ୍ଡନ କରିବାକୁ ମଧ୍ୟ ଆସୁଥିବା ଦେଖାଯାଇଛି ।

Get real time updates directly on you device, subscribe now.