fbpx

କ୍ରାସ ହେଲା ଟ୍ରେନିଂ ବିମାନ: ପ୍ରଶିକ୍ଷଣ ସମୟରେ ଘଟିଲା ଏପରି ଦୁର୍ଘଟଣା

ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୁଣେ ଗ୍ରାମୀଣ ପୋଲିସ ଅଧିକାରୀ କହିଛନ୍ତି ଯେ, ପୁଣେର ଗୋଜୁବାଭି ଗ୍ରାମ ନିକଟରେ ଏକ ଟ୍ରେନିଂ ଅଧିବେଶନରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକ ସୂଚନା ମିଳିପାରି ନାହିଁ। କୁହାଯାଉଛି ଯେ, ପୁଣେ ଗ୍ରାମର ବାରାମାଟିରେ ସକାଳ ପ୍ରାୟ ସାଢେ ସାତଟାରେ ଏହି ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଦୁଇ ଜଣ ଟ୍ରେନିଂ ପାଇଲଟ ଆହତ ହୋଇଛନ୍ତି ଏବଂ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଛି।

ବୈଷୟିକ ତ୍ରୁଟି ହେତୁ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କୁହାଯାଉଛି ଯେ, ଏହା ଏକ ଘରୋଇ କମ୍ପାନୀର ଟ୍ରେନିଂ ବିମାନ ଥିଲା। ଏହାପୂର୍ବରୁ ଗୁରୁବାର ମଧ୍ୟ ରେଡବର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ପାଇଲଟ୍ ଏବଂ ସହ-ପାଇଲଟ୍ ଆହତ ହୋଇଥିଲେ।

Get real time updates directly on you device, subscribe now.