fbpx

ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ସୁଯୋଗ: ସ୍ଥାୟୀ ଚାକିରି, ଦରମା ୩୫ ହଜାର ଉପରେ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରେ ଏକ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏହା ଏକ ସ୍ଥାୟୀ ଚାକିରି ହୋଇଥିବା ବେଳେ ଏଥିରେ ପ୍ରାର୍ଥୀଙ୍କୁ ବଢ଼ିଆ ଦରମା ମିଳିବ । ବିଶ୍ୱବିଦ୍ୟାଳୟରେ ଫିଲ୍ଡ ଇନଭେଷ୍ଟିଗେସନ ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କର ଦରମା ହାର ୩୫୪୦୦-୧୧୨୪୦୦ (ଲେବଲ-୯) ରହିଛି । ପ୍ରାର୍ଥୀ ଡେମୋଗ୍ରାଫି / ପପୁଲେସନ ଷ୍ଟଡିଜ / ଷ୍ଟାଟିଷ୍ଟିକକ୍ସ / ଇକୋନୋମିକ୍ସ / ମାଥମେଟିକ୍ସ / ସୋସିଓଲୋଜି / ସୋସିଆଲ ୱାର୍କ / ସାଇକୋଲୋଜି / ମନୁଷ୍ୟ ଜାତି ବିଜ୍ଞାନ / ଭୂଗୋଳ ଆଦିରେ ଦ୍ୱିତୀୟ ଶ୍ରେଣୀରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।

ପ୍ରାର୍ଥୀଙ୍କର କଲେକ୍ସନ / ଆନାଲିସିସ ଓ ରିପୋର୍ଟ ରାଇଟିଂ କ୍ଷେତ୍ରରେ ୩ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ । ଉଚ୍ଚ ଯୋଗ୍ୟତାଧାରୀ ପ୍ରାର୍ଥୀଙ୍କ ପାଇଁ କୋହଳ ଏହା କରାଯିବ । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୩୮ ବର୍ଷ ରହିଥିବା ବେଳେ ସରକାରୀ ନିୟମ ନିୟମ ଅନୁଯାୟୀ ଏହା ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ନିଜର ଆପ୍ଲିକେସନ ‘ଡେପୁଟି ଡାଇରେକ୍ଟର, ପପୁଲେସନ ରିସର୍ଚ୍ଚ ସେଣ୍ଟର, ଉତ୍କଳ ୟୁନିଭରସିଟି, ବାଣୀ ବିହାର, ଭୁବନେଶ୍ୱର-୭୫୧୦୦୪’ରେ ନଭେମ୍ବର ମାସ ୧୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ପଠାଇବାକୁ ଅନୁରୋଧ ।

ନୋଟିଫିକେସନ ଲିଙ୍କ: https://utkaluniversity.ac.in/wp-content/uploads/2023/10/edpdf_PDF_DEST_L0011092_2023_10_9747.pdf

Get real time updates directly on you device, subscribe now.