fbpx
BSKY SKY
BSKY SKY

Reels ପାଇଁ ଚାକିରି ହରାଇଲେ ମହିଳା କନେଷ୍ଟବଳ

BSKY

ଉତ୍ତରପ୍ରଦେଶ : ସୋସିଆଲ ମିଡିଆରେ ଏବେ ଲୋକମାନନେ ଲୋକପ୍ରିୟତା ହାସଲ କରିବା ପାଇଁ ଅନେକ ଲୋକ ଅନେକ କିଛି କରୁଛନ୍ତି । ଏହାର ଏକ ମାଧ୍ୟମ ପାଲଟିଛି ରିଲ୍ସ । ରିଲ୍ସ କରିବା ନିଶା ଲୋକମାନଙ୍କୁ ଅଧିକ ଘାରିଛି ଯାହା ଫଳରେ ବୃଦ୍ଧ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଏହି ରିଲ୍ସ କରୁଛନ୍ତି । ତେବେ ଏହି ରିଲ୍ସ ପାଇଁ ଅନେକ ଜୀବନ ଯାଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏବେ ପୁଣି ରିଲ୍ସ ଯୋଗୁଁ ଜଣେ ମହିଳା କନେଷ୍ଟବଳଙ୍କ ଚାକିରି ଯାଇଥିବା ଘଟଣା ସାମ୍ନାକୁ ଆସିଛି ।ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାରୁ ଭାଇରାଲ ହୋଇଥିବା

ଏକ ରିଲ୍ସ ପାଇଁ ମହିଳା କନେଷ୍ଟବଳଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପଡିଛି । କାରଣ ଥିଲା ସେ ପୋଲିସ ପୋଷାକରେ ଥାଇ ରିଲ୍ସ କରିଥିଲେ । ଏହି ରିଲ୍ସ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପଡିଥିଲା । ଇସ୍ତଫା ଦେବା ପରେ ତାଙ୍କୁ ପୁଣି ଥରେ ନିଯୁକ୍ତି ଦେଇଥିଲା । ଏହା ପରେ ପୁଣି ତାଙ୍କୁ ଚାକିରି ହରାଇବାକୁ ପଡିଥିଲା । ତେବେ ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଚାକିରି ହରାଇବାକୁ ପଡିଥିଲା । ଏବେ ଏହି ଘଟଣା ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।

Get real time updates directly on you device, subscribe now.