NCRର ଏହି ଗାଁରେ ଜ୍ୱର ଆତଙ୍କ, ଏଠାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ ରୋଗରେ ପୀଡିତ

ନୂଆଦିଲ୍ଲୀ : ଦିଲ୍ଲୀର ସେଟ ମେଦିନଗରରେ ଏକ ଗାଁରେ ଜ୍ୱର ବ୍ୟାପିଛି । ଯାହା ଫଳରେ ଗାଁରେ ଥିବା ଅଧିକାଂଶ ଲୋକଙ୍କୁ ଏହି ଜ୍ୱର ହୋଇଛି । ଏଠାରେ ପାଖା ପାଖି ୫୦୦ ଲୋକଙ୍କୁ ଜ୍ୱର ହୋଇଛି । ୧୦ ଜଣ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି । ମେଦିନଗରରେ ଭନେଡା ଗାଁରେ ହୋଇଥିବା ଜ୍ୱର ଆତଙ୍କରେ ସେଠାରେ ଥିବା ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି ।

ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗର ଟିମ ସେଠାରେ ପହଞ୍ଚିଥିଲା । ଏହା ପରେ ଜ୍ୱରରେ ପିଡିତ ଥିବା ଲୋକମାନଙ୍କର ଚିକିତ୍ସା କରାଯାଉଛି । ତେବେ ଅନୁମାନ କରାଯାଉଛି ଗାଁ ପାଖରେ ଏକ ପୋଖରୀ ରହିଛି ଯାହାର ଜଳ ନଷ୍ଟ ହୋଇଛି ଏବଂ ମଶା ମାନଙ୍କ ପ୍ରକୋପରୁ ଏହି ଜ୍ୱର ଗାଁ ସାରା ବ୍ୟାପିଛି । ଏବେ ଏହି ଗାଁରେ ୫୦୦ରୁ ଅଧିକ ଲୋକ ଜ୍ୱରରେ ପୀଡିତ ଅଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ପହଞ୍ଚିବା ପରେ ଗାଁରେ ଘରେ ଘରେ ବୁଲି ଡେଙ୍ଗୁ, ମେଲେରିଆ ପରୀକ୍ଷା କରାଉଛନ୍ତି । ତେବେ ଗାଁର ସରପଞ୍ଚଙ୍କ କହିବା ଅନୁସାରେ ଏକ ମାସ ଭିତରେ ଏହି ଗାଁରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ପରେ ଏବେ ଗାଁକୁ ସଫା କରାଯାଉଛି । ଏହା ପରେ ଏଠାରେ ମଶୁରୀ ବ୍ୟବହାର କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆ ଯାଉଛି । ଏହା ଛଡା ଲୋକମାନଙ୍କୁ ପ୍ରଥମିକ ଚିକିତ୍ସା ମଧ୍ୟ ଦିଆଯାଉଛି ।