fbpx

କୁକୁର କାମୁଡିବା ପରେ ବ୍ରେନ୍ ହାମରେଜ୍‌ରେ ହେଲା ପ୍ରସିଦ୍ଧ ଶିଳ୍ପପତିଙ୍କ ମୃତ୍ୟୁ, କାରଣ ଜାଣିଲେ ଆପଣ ବି କୁକୁରଙ୍କ ପାଖ ମାଡିବେନି

ନୂଆଦିଲ୍ଲୀ:ୱାଘ ବକ୍ରି ଟି’ ମାଲିକ ପରାଗ ଦେଶାଇଙ୍କର ରବିବାର ୪୯ ବର୍ଷ ବୟସରଙ୍କ ନିଧନ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁସାରେ ସକାଳେ ସେ ପାର୍କକୁ ମର୍ଣ୍ଣିଂ ୱାକ୍ କରିବାକୁ ଯାଇଥିବା ବେଳେ ତାଙ୍କ ଉପରେ କେତେକ ବୁଲା କୁକୁର ଆକ୍ରମଣ କରିଦେଇଥିଲେ । ଏହି ଘଟଣା ପରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । କୁହାଯାଉଛି କି କୁକୁର କାମୁଡିବା ପରେ ତାଙ୍କ ମସ୍ତିଷ୍କରେ ରକ୍ତସ୍ରାବ ହୋଇଥିଲା ଓ ସେ ବ୍ରେନ୍ ହାମରେଜ୍‌ର ଶିକାର ହୋଇଥିଲେ । ଚିକିତ୍ସକଙ୍କ ମତ କୁକୁର କାମୁଡିବା ପରେ ଯଦି ରାବିଜ୍ ଭାଇରସ୍ ବ୍ୟାପିଯାଏ ତେବେ ଏହା ବ୍ରେନ୍ ଡ୍ୟାମେଜର କାରଣ ପାଲଟିଯାଏ । ତେବେ ପରାଗ ଦେଶାଇଙ୍କ ମାମଲାରେ ଡାକ୍ତର କହିଛନ୍ତି କୁକୁର କାମୁଡିବା ପରେ ଯଦି ସେ ତଳେ ପଡି ଯାଇଥିବେ ତେବେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବ । ଫଳରେ ତାଙ୍କର ବ୍ରେନ୍ ହାମରେଜ୍ ହୋଇଥିବ ।

ଅନ୍ୟପକ୍ଷରେ ରାବିଜ୍ ଭାଇରାଲ ସଂକ୍ରମଣ ବି ଏହି ଶିଳ୍ପପତିଙ୍କ ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ଡାକ୍ତର କହିଛନ୍ତି । ରାବିଜ୍ ମସ୍ତିଷ୍କର ଏକ ଭାଇରାଲ୍ ସଂକ୍ରମଣ ଯାହା ପଶୁଙ୍କ ଠାରୁ ବ୍ୟାପିଥାଏ ଓ ଏହା ଦ୍ୱାରା ମସ୍ତିଷ୍କ ଓ ମେରୁଦଣ୍ଡ ହାଡ ଫୁଲି ଯାଇଥାଏ । ଏହି ଭାଇରସ୍ ମସ୍ତିଷ୍କ ଓ ମେରୁଦଣ୍ଡ ହାଡରେ ପହଞ୍ଚିଗଲେ ଘାତକ ସାବ୍ୟସ୍ତ ହୋଇଥାଏ । ଏହି ଭାଇରସ୍ ସଂକ୍ରମିତ ପଶୁର ଲାଳରୁ ବ୍ୟାପିଥାଏ । କୁକୁର କାମୁଡିଥିବା ଯାଗାରୁ ଏହି ଭାଇରସ୍ ଶିରା ପ୍ରଶିରା ମାଧ୍ୟମରେ ମେରୁଦଣ୍ଡ ହାଡ ଓ ମସ୍ତିଷ୍କରେ ପହଞ୍ଚିଥାଏ ଯେଉଁଠାରେ ଏହା ବହୁଗୁଣିତ ହୋଇଥାଏ । ତେବେ ଏହି ଭାଇରସ୍ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚିବାରେ ଅତି କମ୍‌ରେ ୧୦ ଦିନ ସମୟ ଲାଗିଥାଏ । କିନ୍ତୁ ଏହା ପ୍ରତି ବ୍ୟକ୍ତିଙ୍କ କ୍ଷେତ୍ରରେ ଅଲଗା ହୋଇଥାଏ ।

Get real time updates directly on you device, subscribe now.