fbpx
BSKY
BJD SHG SKY
BJD YOUTH SKY

କିମ୍ବଦନ୍ତୀ ସ୍ପିନର ବିଶନ ସିଂହ ବେଦୀଙ୍କ ପରଲୋକ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ ଚାଲିଥିବା ବେଳେ ଏହି ସମୟରେ କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । କିମ୍ବଦନ୍ତୀ ସ୍ପିନର ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିଶନ ସିଂହ ବେଦୀଙ୍କ ପରଲୋକ ଘଟିଛି । ୭୭ ବର୍ଷ ବୟସରେ ବେଦୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ନିଜର ସ୍ପିନ ବୋଲିଂର ଯାଦୁରେ ଏକଦା ବିଶ୍ୱର ବହୁ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଥିବା ଭାରତର ଏହି ପ୍ରତିଭାବାନ ବୋଲର ଆଜି ନିଜେ ଚିର ନିଦ୍ରାରେ ଶୋଇଯାଇଛନ୍ତି ।

୧୯୪୬ ମସିହା ସେପ୍ଟେମ୍ବର ମାସ ୨୫ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିବା ବେଦୀ ଜଣେ ବାମହାତୀ ସ୍ପିନର ଥିଲେ । ସେ ଭାରତ ପାଇଁ ୧୯୬୬ରୁ ୧୯୭୯ ମସିହା ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ୨୨ଟି ଟେଷ୍ଟ ମ୍ୟାଚରେ ଭାରତ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ବେଦୀ ୬୭ଟି ଟେଷ୍ଟ ମ୍ୟାଚ ଖେଳି ୨୬୬ଟି ୱିକେଟ ହାସଲ କରିଥିଲେ । ସେ ୧୦ଟି ଦିନିକିଆ ମ୍ୟାଚ ଖେଳି ୭ଟି ୱିକେଟ ହାସଲ କରିଥିଲେ । ଏଥିସହିତ ସେ ୧୫୬୦ଟି ୱିକେଟ ନେଇ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟର ସମାପ୍ତ କରିଥିଲେ ।

ବେଦୀ ଭାରତୀୟ କ୍ରିକେଟ ଟିମର ଅନ୍ୟତମ ସ୍ପିନ ଚେହେରା ଥିଲେ । ସେ ପଡ଼ିଆରେ ମଧ୍ୟ ନିଜର ସ୍ପିନ ବୋଲିଂର ଯାଦୁ ଦେଖାଉଥିଲେ । ୧୯୬୦-୭୦ ଦଶକ ସମୟରେ ବେଦୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଥିଲେ । ଘରୋଇ ମାଟିରୁ ଆରମ୍ଭ କରି ବିଦେଶୀ ମାଟିରେ ସବୁଠୁ ବେଦୀଙ୍କର ବୋଲିଂର ମାୟା ଜାଲରେ ପ୍ରତିପକ୍ଷର ବ୍ୟାଟ୍ସମ୍ୟାନମାନେ ଘାଣ୍ଟି ହେଉଥିଲେ । ୧୯୭୫ ବିଶ୍ୱକପରେ ତାଙ୍କର ସୁଚତୁର ବୋଲିଂ ଫଳରେ ପୂର୍ବ ଆଫିକା ମାତ୍ର ୧୨୦ ରନରେ ସୀମିତ ରହିଥିଲା । ବେଦୀଙ୍କ ବୋଲିଂ ଫିଗର (୧୨-୮-୬-୧) ବିଶ୍ୱରେକର୍ଡ କରିଥିଲା ।

Get real time updates directly on you device, subscribe now.