fbpx

ରୁକ୍ନା ନେହିଁ’…ବଢତେ ଚଲୋ…ବିଶ୍ୱକପ ସେମିଫାଇନାଲରେ ବାଜିବ ଭିକି କୌଶଲଙ୍କ ଏହି ଗୀତ

ମୁମ୍ବାଇ: ବୁଧବାର ବା ଆସନ୍ତାକାଲି ବିଶ୍ୱକପର ସେମିଫାଇନାଲ ଲଢେଇରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ମୁମ୍ବାଇର ଓ୍ବାଖଡେ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚରେ ଭରପୁର ମନରଞ୍ଜନ ସହ କଡା ମୁକାବିଲା ମଧ୍ୟ ହେବ । ତେବେ ଏହି ମ୍ୟାଚକୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଛି । ମ୍ୟାଚରେ ଅଭିନେତା ଭିକି କୌଶଲଙ୍କୁ ଏକ ବଡ଼ ଉପହାର ମିଳିବ ବୋଲି ଜଣାପଡିଛି । ଅର୍ଥାତ ତାଙ୍କ ଅଭିନତ ଫିଲ୍ମ ‘ସାମ୍ ବାହାଦୂର’ ଏକ ଗୀତ ଏହି ମ୍ୟାଚରେ ପରିବେଷଣ କରାଯିବ ।

ତେବେ ଅଭିନେତା ଭିକି କୌଶଲଙ୍କ ଫିଲ୍ମ ‘ସାମ୍ ବାହାଦୂର’ କିଛି ଦିନ ମଧ୍ୟରେ ମୁକ୍ତିଲାଭ କରିବାକୁ ଯାଉଛି। ନିର୍ମାତାମାନେ ଫିଲ୍ମ ସହିତ ଜଡିତ ଥିବା ସିନ୍ ଗୁଡ଼ିକୁ ପ୍ରଶଂସକମାନଙ୍କ ସହିତ ଗୋଟିଏ ପରେ ଗୋଟିଏ ସେୟାର କରୁଛନ୍ତି । ନିକଟରେ ଚଳଚ୍ଚିତ୍ରର ‘ବଢତେ ଚଲୋ’ ପ୍ରଥମ ଗୀତ ମୁକ୍ତିଲାଭ କରିଥିଲା। ପ୍ରଶଂସକମାନେ ଏହି ଗୀତକୁ ବହୁତ ପସନ୍ଦ କରିଥିଲେ । ଏଥି ସହିତ ନିର୍ମାତାମାନେ ଗୀତ ମାଧ୍ୟମରେ ଚଳଚ୍ଚିତ୍ରର ପ୍ରମୋଶନ ପାଇଁ ଏକ ନୂତନ ଉପାୟ ପାଇଛନ୍ତି । ଫିଲ୍ମ ‘ସାମ ବାହାଦୂର’ର ଏହି ପ୍ରଥମ ଗୀତ ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ପରିବେଷଣ କରାଯିବ ବୋଲି ଜଣାପଡିଛି ।

ସୂଚନା ଥାଉକି, ‘ସାମ୍ ବାହାଦୂର’ର ଟ୍ରେଲରରେ ଭାରତର ସ୍ୱାଧୀନତା ପରର ରାଜନୈତିକ ଅଶାନ୍ତିର ବାତାବରଣ ଦେଖାଯାଇଛି ଏବଂ ଦେଶର ମହାନ ଇତିହାସ ତଥା ଗୌରବ ପ୍ରତିଷ୍ଠା କରିବାରେ ଭାରତୀୟ ସେନା କିପରି ସଫଳ ହୋଇଛି ତାହା ଦେଖାଯାଇଛି। ଫିଲ୍ମର ଟ୍ରେଲର୍‌କୁ ନେଇ ଦର୍ଶକମାନେ ବେଶ ଉତ୍ସାହିତ ରହିଛନ୍ତି । ଟ୍ରେଲର୍‌ ଦେଖିବା ପରେ ଅନେକ ଲୋକ ଭାରତୀୟ ସେନାରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଟ୍ରେଲର୍‌ରେ ଭାରତୀୟ ସେନାର ସାହସିକତାର କାହାଣୀ ରହିଛି। ଡିସେମ୍ବର ୧ ରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Get real time updates directly on you device, subscribe now.