fbpx

ଆର୍ଥିକ ପରିଚାଳନାରେ ସାରା ଦେଶପାଇଁ ଉଦାହରଣ: ପୁଣି ଓଡ଼ିଶା ସାଜିଲା ରୋଲ୍ ମଡେଲ

ଭୁବନେଶ୍ୱର: ରାଜ୍ୟରେ ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟବାସୀଙ୍କ ବିକାଶ ପାଇଁ ବହୁବିଧ ଯୋଜନା ପ୍ରଣୟନ କରୁଛନ୍ତି । ଯାହାର ସୁଫଳ ରାଜ୍ୟବାସୀ ପାଇପାରୁଛନ୍ତି । ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ନବୀନ ସରକାର ଦେଶପାଇଁ ରୋଲ ମଡେଲ ସାଜିଛନ୍ତି । ବାତ୍ୟା ହେଉ ବା ବନ୍ୟା ଅଥବା ମରୁଡ଼ି ସବୁଥିରେ ସୁପରିଚାଳନା ପାଇଁ ସାରା ଦେଶରେ ନବୀନ ପଟ୍ଟନାୟକଙ୍କ ସରକାର ଏକନମ୍ବର ସ୍ଥାନ ହାସଲ କରିଛି ।

ତେବେ ପୁଣିଥରେ ଆର୍ଥିକ ପରିଚାଳନାରେ ସାରା ଦେଶପାଇଁ ଉଦାହରଣ ପାଲଟିଛି ଓଡ଼ିଶା । ନୂଆ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା ଓ ନବୀନ ଓଡ଼ିଶାର ଆଉ ଏକ ସଫଳତା ସାମ୍ନାକୁ ଆସିଛି । ସାରା ଦେଶରେ ରାଜସ୍ୱ ବଳକା ଭାବେ ଓଡ଼ିଶା ଏକନମ୍ବର ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା ଓ ୫-ଟି ସଂସ୍କାରର ଫଳସ୍ୱରୂପ ଏହା ସମ୍ଭବ ହୋଇପାରିଛି । ୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଓଡ଼ିଶା ଏକନମ୍ବର ରାଜ୍ୟଭାବେ ୪୩,୪୭୧ କୋଟି ଟଙ୍କାର ବଳକା ରାଜସ୍ୱ ପାଇଛି ।

ସେହିପରି ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ହରିଆଣା, ଆସାମ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଏହି ସଫଳତା ହାସଲ କରିଛି । ଓଡ଼ିଶା ବ୍ୟତୀତ ଉପରୋକ୍ତ ରାଜ୍ୟମାନେ ଏବେ ରାଜସ୍ୱ ନିଅଣ୍ଟରେ ସରକାର ଚଳାଉଛନ୍ତି । ରାଜସ୍ୱ ବଳକାରେ ଓଡ଼ିଶା ପଛକୁ ରହିଛନ୍ତି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ ଓ ଛତିଶଗଡ଼ । ୟୁପି, ମଧ୍ୟପ୍ରଦେଶ ଓ ଗୁଜରାଟରେ ବିଜେପି ସରକାର ଶାସନ କରୁଥିବାବେଳେ ଛତିଶଗଡ଼ ଓ ଝାଡ଼ଖଣ୍ଡରେ କଂଗ୍ରେସ ଓ ଜେଏମ୍ଏମ୍ଶା ସନ କରୁଛନ୍ତି । ସୂଚନାଯୋଗ୍ୟ ଯେ ଓଡ଼ିଶାର ଆର୍ଥିକ ପରିଚାଳନାକୁ ଉଭୟ କେନ୍ଦ୍ର ସରକାର ଓ ନୀତି ଆୟୋଗ ଲଗାତର ପ୍ରଶଂସା କରି ଆସୁଛନ୍ତି ।

ଓଡ଼ିଶା ଏବେ ଦେଶର ପ୍ରମୁଖ ଆର୍ଥିକ ଶକ୍ତି ରାଜ୍ୟଭାବେ ଉଭା ହୋଇଛି । ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ବହୁବିଧ ଜନହିତକର ଯୋଜନାର ପ୍ରଣୟନ କରିବାରେ ସକ୍ଷମ ହୋଇପାରୁଛନ୍ତି । ସାଂସ୍କୃତିକ ପ୍ରାଣକେନ୍ଦ୍ର, ସ୍କୁଲ, ପାନୀୟଜଳ, ଜଳସେଚନ, ଚାଷୀ, ମିଶନଶକ୍ତି, ସ୍ୱାସ୍ଥ୍ୟସେବା, ଗ୍ରାମାଞ୍ଚଳ ବିକାଶ ଇତ୍ୟାଦିରେ ବ୍ୟାପକ ଉନ୍ନତି ଆସିପାରିଛି । ଏଥିସହ କେନ୍ଦ୍ରୀୟ ଯୋଜନାରେ ନିଜଭାଗ ଅର୍ଥ ବାଦ୍ ଜମି ଓ ପ୍ରଶାସନିକ ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ମଧ୍ୟ ଅଧିକ ଅର୍ଥ ବିନିଯୋଗ କରୁଛନ୍ତି । ଅର୍ଥନୈତିକ

ବିଶେଷଜ୍ଞମାନେ କହିଛନ୍ତି ଯେ ୧୯୯୯ ମସିହାରେ ଓଡ଼ିଶା ଆର୍ଥିକ ଦୁଃସ୍ଥିତି ନେଇ ଗତି କରୁଥିଲା । ହେଲେ ନବୀନ ସରକାରଙ୍କ ୨୩ବର୍ଷ ଶାସନ କାଳରେ ରାଜ୍ୟର ବଜେଟ୍ ୨ଲକ୍ଷ ୩୦ ହଜାର କୋଟି ଟଙ୍କା ଟପିଛି । ଓଡ଼ିଶାର ଋଣଭାର ଲଗାତର କମି ଚାଲିଛି । ରାଜସ୍ୱ ବଳକା ହେବାରୁ ରାଜ୍ୟରେ ଗରିବ କଲ୍ୟାଣ ଯୋଜନା ଓ ଲୋକାଭିମୁଖୀ ଯୋଜନା ହୋଇପାରୁଛି । ରାଜ୍ୟର ଜିଏସଡିପି ମଧ୍ୟ ବୃଦ୍ଧି ପାଇଛି । ସେହିଭଳି ଖଣି ରାଜସ୍ୱରେ ମଧ୍ୟ ବୃଦ୍ଧି ଘଟିଥିବାବେଳେ ଜିଏସ୍ଟିରୁ ଆୟ ଅଧିକ ହେଉଛି । ଫିକ୍ସଡ୍ ଏକ୍ସପେଣ୍ଡିଚରକୁ ରାଜ୍ୟ ସରକାର ନିୟନ୍ତ୍ରଣରେ ରଖିଛନ୍ତି । ସେହିପରି କ୍ୟାପିଟାଲ ଏକ୍ସପେଣ୍ଡିଚର କରିବାରେ ରାଜ୍ୟ ସରକାର ଆଗୁଆ ରହିଛନ୍ତି । ରାଜ୍ୟର ବିତ୍ତୀୟ ନିଅଣ୍ଟକୁ ୩ ପ୍ରତିଶତ ରଖିବାରେ ସଫଳ ହୋଇଛନ୍ତି ସରକାର ।

Get real time updates directly on you device, subscribe now.