fbpx

ଆଜି ଗଭୀର ଅବପାତର ରୂପ ନେବ ଅବପାତ ! ୧୩ କିମି ବେଗରେ କରୁଛି ଗତି, ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗୁରୁବାର ଅବପାତରେ ପରିଣତ ହୋଇଛି । ଆଜି ଗଭୀର ଅବପାତର ରୂପ ନେବ ଅବପାତ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ ୬ଘଣ୍ଟା ହେବ ୧୩ କିମି ବେଗରେ ଗତି କରୁଛି । ପାରାଦୀପରୁ ୪୮୦ କିମି ଦୂରରେ ଅଛି ଅବପାତ । ଉତ୍ତରକୁ ଗତି କରି ଗଭୀର ଅବପାତର ରୂପ ନେବ । ପରେ ଏହା ରିକର୍ଭ କରି ଉତ୍ତର-ଉତ୍ତରପୂର୍ବ ଦିଗ ମୁହାଁଇବ । ଆସନ୍ତାକାଲି ସକାଳେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ।

ଏହାର ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ବୁଧବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ଅବପାତ ଘନୀଭୂତ ହୋଇ ୧୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ପାଶ୍ୱର୍ବର୍ତ୍ତୀ ଆନ୍ଧ୍ର ଉପକୂଳରେ ପହଞ୍ଚି ଗଭୀର ଅବପାତର ରୂପ ନେଇପାରେ । ପରେ ଏହା ଧୀରେ ଧୀରେ ଗତିପଥ ବଦଳାଇ ଉତ୍ତର, ଉତ୍ତର-ପୂର୍ବ ଦିଗରେଗତିକରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଓଡ଼ିଶା ଉପକୂଳମୁହାଁ ହେବ । ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛନ୍ତି ।

୧୭ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଇଏମ୍ଡି ଡିଜି କହିଛନ୍ତି ଯେ ଗଭୀର ଅବପାତରେ ଲଘୁଚାପ ପରିଣତ ହେଲେ ମଧ୍ୟ ଓଡ଼ିଶାକୁ ବେଶୀ ବିପଦ ନାହିଁ । ତେବେ ୩ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ଆଲର୍ଟରେ ରଖାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୬୫ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.