fbpx

ପାଇଲ୍ସ ସମସ୍ୟାକୁ ନେଇ ଚିନ୍ତିତ ହେଉଛନ୍ତି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନ ପାଇଲ୍ସ ବା ଅର୍ଶରେ ପୀଡିତ ହେଉଛନ୍ତି ଅନେକ ଲୋକେ । ପାଇଲ୍ସ ହେବାର ଅନେକ ଗୁଡିଏ କାରଣ ରହିଛି । ତେବେ ଅର୍ଶ ହେବା ଦ୍ୱାରା ମଳଦ୍ୱାରରେ ଛୋଟ ଛୋଟ ମାଂସପିଣ୍ଡୁଳା ସଦୃଶ ବାହାରିଥାଏ । ଯେତେବେଳେ ତାହା ଅଧିକ ପୁରୁଣା ହୋଇଯାଇଥାଏ । ମଳ କରିବା ସମୟରେ ଅର୍ଶ ହେବା ଦ୍ୱାରା ସେହି ସ୍ଥାନରୁ ରକ୍ତ ପଡିଥାଏ । ଏହା ବହୁତ କଷ୍ଟଦାୟକ ଏକ ସମସ୍ୟା ଅଟେ ।

ତେବେ ଏହି ଅର୍ଶ ଭଳି କଷ୍ଟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ବହୁତ ଭଲ ଏକ ଘରୋଇ ଉପଚାର ଏଠାରେ କହିବା ପାଇଁ ଯାଉଛୁ । ତେବେ ଆପଣଙ୍କୁ ଏହି ରେମିଡି ପାଇଁ ଏକ କପ୍ କ୍ଷୀର, ଗୋଟିଏ ଲେମ୍ବୁ ବା ଗୋଟେ ବଡ ଲେମ୍ବୁର ଅଧା ଆପଣଙ୍କୁ ଏଠାରେ ଦରକାର ପଡିବ । ଲେମ୍ବୁରୁ ରସ ବାହାର କରି ଏକ ପାତ୍ରରେ ରଖନ୍ତୁ । ସେଥିରେ ୧ କପ କ୍ଷୀର ମିଶାଇ ସଙ୍ଗେ ସଙ୍ଗେ ଏହାର ସେବନ କରି ନିଅନ୍ତୁ । ଏଭଳି ଭାବେ କ୍ଷୀର ଓ ଲେମ୍ବୁର ୩ ଥର ସେବନ ଦ୍ୱାରା ଦୂର ହୋଇଥାଏ । । ଏହା ଅର୍ଶ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଭଲ ଏକ ଘରୋଇ ରେମିଡି ଅଟେ ।

ଦ୍ୱିତୀୟ ରେମିଡିରେ ଆପଣଙ୍କୁ ୨ ଟି ସାମଗ୍ରୀର ଆବଶ୍ୟକତା ପଡିବ । ତାହା ହେଉଛି କଦଳୀ ଓ ଅନ୍ୟଟି ହେଉଛି ଖାଇବା କର୍ପୁର । ଆପଣ ସକାଳୁ ଉଠି ପ୍ରଥମେ ନିଜର ନିତ୍ୟକର୍ମ ସାରି ଦିଅନ୍ତୁ । ଏହାପରେ ଆପଣ ଗୋଟିଏ କଦଳୀର ଚୋପାକୁ ଛଡାଇ ଦିଅନ୍ତୁ । ତାହାପରେ ମଝିରୁ ସେହି କଦଳୀକୁ ସାମାନ୍ୟ କାଟି ସେଥିରେ ୨ ଟି ଚଣା ସଦୃଶ ସାଇଜର କର୍ପୁର ଆଣି ସେଥିରେ ରଖି ତାହାର ଗୋଟା ଗିଳିକି ସେବନ କରି ନିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଅର୍ଶ ବା ପାଇଲ୍ସ ଭଳି କଷ୍ଟ ସମସ୍ୟାରୁ ଆପଣଙ୍କୁ ବହୁତ ଶୀଘ୍ର ମୁକ୍ତି ମିଳିବ ।

Get real time updates directly on you device, subscribe now.