fbpx

Big Breaking: କାରଖାନାରେ ବିସ୍ଫୋରଣ ଘଟି ଜଣେ ମୃତ, ୨ଗୁରୁତର

ରାଉରକେଲା: କାରଖାନାରେ ବିସ୍ଫୋରଣ ଘଟିବା ଖବର ସାମ୍ନାକୁ ଆସିଛି । ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ରାଉରକେଲା କୁଳାଙ୍ଗା ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ଗ୍ୟାସ ପାଇପ୍ ଲିକରୁ ବିସ୍ଫୋରଣ ହୋଇଛି ବୋଲି ସୂଚନା ମିଳିଛି । ମୃତ ଶ୍ରମିିକ ଜଣକ ଯାଜପୁରର ବୋଲି ଜଣାପଡିଛି ।

କାରଖାନାରେ ବିସ୍ଫୋରଣ ଘଟିବା ପରେ ସଂଗେ ସଂଗେ ଅଗ୍ନିଶମ ବାହିନୀଙ୍କୁ ଡକାଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି । ଏହାପରେ ନିଆଁରେ ଫଶିରହିଥିବା ୩ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ଥିବା ଦୁଇ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.