fbpx

ପ୍ରଦୂଷଣରେ ଅଣନିଃଶ୍ୱାସୀ ଦିଲ୍ଲୀ: ବିଷାକ୍ତ ବାୟୁ ଆଗରେ ଫେଲ ମାରିଲା କୃତ୍ରିମ ବର୍ଷା

ନୂଆଦିଲ୍ଲୀ: ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । କିଛି ଦିନ ତଳେ ବର୍ଷା ହେବା କାରଣରୁ ଜନସାଧାରଣଙ୍କୁ କିଛିମାତ୍ରାରେ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ପାଗ ଶୁଖିଲା ହେବା ପରେ ପ୍ରଦୂଷଣ ପୁଣି ବଢ଼ିବାରେ ଲାଗିଛି । ଲୋକମାନଙ୍କୁ ପ୍ରତିଦିନ ଏଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ତେବେ ଆଜି ମଧ୍ୟ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ଗୁରୁତର ରହିଛି। ଆଜି ସକାଳ ୬ଟାରେ ଦିଲ୍ଲୀର AQI ୪୨୭ ରେକର୍ଡ କରାଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ କ୍ରମାଗତ ଭାବେ ପ୍ରଦୂଷଣର ମାତ୍ରା ଅଧିକ ରହିଆସୁଛି । ଏହାକୁ ରୋକିବା ପାଇଁ କେଜ୍ରିୱାଲ ସରକାରଙ୍କର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଛି । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ପରେ ମଧ୍ୟ ପରିସ୍ଥିତି ଅପରିବର୍ତ୍ତିତ ରହିଛି । ଆଜି ମଧ୍ୟ ଦିଲ୍ଲୀରେ ବାୟୂ ଗୁଣବତ୍ତା ଗୁରୁତର ରହିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆନନ୍ଦ ବିହାର, ଆର.କେ ପୁରାମ, ଆଇଜି ବିମାନ ବନ୍ଦର ଏବଂ ଦ୍ୱାରକା ଭଳି ସ୍ଥାନରେ ସକାଳ ୫ ଟାରେ AQI ୪୦୦ ଅତିକ୍ରମ କରିଛି। ସକାଳ ୫ ଟାରେ ଆନନ୍ଦ ବିହାରରେ ହାରାହାରି AQI ୪୪୭ ରହିଥିବା ବେଳେ ଆର.କେ ପୁରମରେ ୪୬୫ ରହିଥିଲା । ସେହିପରି ଆଇଜି ବିମାନବନ୍ଦରରେ ୪୬୭ ଏବଂ ଦ୍ୱାରକା ୪୯୦, ଅଲିପୁରରେ ୪୧୧, ବୱାନାରେ ୪୫୯, ଇଣ୍ଡିଆ ଗେଟ ୪୩୭ ଏବଂ ଓଖଲାରେ ୪୫୨ AQI ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ନୋଏଡା ଏବଂ ଗ୍ରେଟର ନୋଏଡାରେ ବାୟୁ ଗୁଣବତ୍ତା ଗୁରୁତରରୁ କମ ଥିବା କାରଣରୁ ସେଠାକାର ବାସୀନ୍ଦାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ନୋଏଡା ସେକ୍ଟର -୧୨୫ର AQI ୩୫୨ ଭାବରେ ପ୍ରଦର୍ଶିତ ହୋଇଥିବାବେଳେ ଗ୍ରେଟର ନୋଏଡାର ନଲେଜ୍ ପାର୍କ -୩ ରେ ୩୧୪ ରେକର୍ଡ କରାଯାଇଥିଲା ।

ତେବେ ହରିୟାଣାର ଗୁରୁଗ୍ରାମରେ ସେକ୍ଟର -୫୧ ରେ AQI ସକାଳ ୫ ଟାରେ ୪୪୪ ଥିଲା । ଗୁରୁବାର ଦିଲ୍ଲୀର ହାରାହାରି AQI ୪୧୯ ରହିଥିବା ବେଳେ ବୁଧବାର ଏହା ୪୦୧ଏବଂ ମଙ୍ଗଳବାରରେ ୩୯୭ ରହିଥିଲା ।

Get real time updates directly on you device, subscribe now.