fbpx
BSKY
BJD MC SKY
BJD YOUTH SKY

WorldCup ଫାଇନାଲରେ ହେବ Air Forceର ଜଲୱା: ଷ୍ଟାଡିୟମରେ Air Show କରିବ ଭାରତୀୟ ବାୟୁସେନା

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ-୨୦୨୩ର ଫାଇନାଲରେ ଦେଖିବାକୁ ମିଳିବ ମହାସମର । ଦୁଇ ପୂର୍ବ ଚମ୍ପିଆନ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟ୍ରଫି ପାଇଁ ହେବ ଫାଇନାଲ ଫାଇଟ୍ । ତେବେ ଏହି ମ୍ୟାଚକୁ ଐତିହାସିକ ଏବଂ ସ୍ମରଣୀୟ କରିବା ପାଇଁ ବିସିସିଆଇ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି । ଫାଇନାଲ ସଂଘର୍ଷ ପୂର୍ବରୁ ଅହମ୍ମଦାବାଦ ଷ୍ଟାଡିୟମ ଉପରେ ଭାରତର ବାୟୁସେନା ତରଫରୁ ଏକ ଏୟାର ଶୋ’ କରିବା ପାଇଁ ବ୍ୟବସ୍ତା କରାଯାଇଛି । ବାୟୁସେନାର ଏହି କାର୍ଯ୍ୟକ୍ରମ ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲକୁ ଆହୁରି ସ୍ପେଶାଲ କରିବ ବୋଲି କୁହାଯାଉଛି ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ୱକପ ଫାଇନାଲ ମ୍ୟାଚ । ଏହି ମ୍ୟାଚ ଦେଖିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏବଂ ଡେପୁଟୀ ପି.ଏମଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହାସହିତ ଅନ୍ୟ ମହାନ୍ କ୍ରିକେଟର ତଥା ଆଇସିସି ସଦସ୍ୟ ଏବଂ ବରିଷ୍ଠ ପଦବୀର ବ୍ୟକ୍ତିବିଶେଷ ମଧ୍ୟ ଷ୍ଟାଡିୟମରେ ଉପସ୍ତିତ ରହିବେ । ତେବେ ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଭାରତର ବାୟୁସେନା ନିଜର ଜଲୱା ଦେଖାଇବାର ବ୍ୟବସ୍ଥା କରାଯାଇଛି । ଏ ନେଇ ଗୁଜୁରାଟର ଡିଫେନ୍ସ ପିଆରଓ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଫାଇନାଲ ମ୍ୟାଚର ୧୦ ମିନିଟ ପୂର୍ବରୁ ସୂର୍ଯ୍ୟ କିରଣ ଏରୋବେଟିକ ଟିମ୍ ଏହି ଷ୍ଟାଡିୟମରେ ଏୟାର ଶୋ’ ଦେଖାଇବ । ତେବେ ଏଥିପାଇଁ ଶୁକ୍ରବାର ଏବଂ ଶନିବାର ଦିନ ଏଠାରେ ଅଭ୍ୟାସ କରିବ ବାୟୁସେନାର ସ୍ୱତନ୍ତ୍ର ଟିମ୍ । ବାୟୁସେନାର ଏହି କାର୍ଯ୍ୟକ୍ରମ ଫାଇନାଲ ମୁକାବିଲାରେ ଆହୁରି ରୋମାଞ୍ଚ ଭରି ଦେବ ।

ତେବେ ସୂର୍ୟ୍ୟକିରଣ ଏରୋବେଟିକ୍ ଟିମ୍ ଆକାଶରେ ଏହାର ଚମତ୍କାର କାର୍ୟ୍ୟ ପାଇଁ ପରିଚୟ ହାସଲ କରିଛି । ଭାରତୀୟ ବାୟୁସେନା ଏହି ବିମାନ ସହିତ ଯୁଦ୍ଧ ବିମାନ ପାଇଲଟମାନଙ୍କୁ ମନିଭର୍ ଏବଂ ଅସ୍ତ୍ର ବଣ୍ଟନରେ ତାଲିମ ଦେଇଥାଏ । ୧୯୯୬ ରେ ସୂର୍ୟ୍ୟ କିରଣ ଏରୋବାଟିକ୍ ଟିମ୍ (SKAT) ଗଠନ କରାଯାଇଥିବା ଏହି ଟିମ୍ IAFର ୫୨ ତମ ସ୍କ୍ୱାଡ୍ରନ୍ ର ପ୍ରମୁଖ ଅଂଶ ପାଲଟିଛି । ତେବେ ଭାରତୀୟ ବାୟୁସେନାର ସୂର୍ୟ୍ୟ କିରଣ ଏରୋବାଟିକ୍ ଟିମ୍ ସାଧାରଣତଃ ୯ ଟି ବିମାନକୁ ନେଇ ଗଠିତ ଏବଂ ସାରା ଦେଶରେ ଅନେକ ଏୟାର ଶୋ’ ପ୍ରଦର୍ଶନ କରିଛି ।

Get real time updates directly on you device, subscribe now.