fbpx

ପର୍ସନାଲ ଲୋନ୍ ଓ କ୍ରେଡିଟ୍ କାର୍ଡର ବ୍ୟବହାର ହୋଇଯିବ ମହଙ୍ଗା, ମାନଦଣ୍ଡକୁ ଅଧିକ ଦୃଢ କଲା RBI

ନୂଆଦିଲ୍ଲୀ: ଆଗାମୀ ଦିନରେ ପର୍ସନାଲ ଲୋନ୍ ଓ କ୍ରେଡିଟ୍ କାର୍ଡର ବ୍ୟବହାର କରିବା ଆପଣଙ୍କୁ ବେଶ୍ ମହଙ୍ଗା ପଡିପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର କ୍ରେଡିଟ୍ କାର୍ଡ ଓ ପର୍ସନାଲ ଲୋନ୍ କ୍ଷେତ୍ରରେ ଥିବା ମାନଦଣ୍ଡକୁ ଅଧିକ ଦୃଢ କରିଦେଇଛନ୍ତି । ଏହାଦ୍ୱାରା ଲୋନ୍ କାରବାର ଧିମେଇ ଯିବାର ସମ୍ଭାବନା ରହିଛି ।

ମିଳିଥିବା ଖବର ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ବିଭିନ୍ନ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଲାଗି ରିକ୍ସ ୱେଟ୍ ୨୫% ରୁ ୧୨୫ % କରି ଦେଇଛି । ଆରବିଆଇ କହିଛି ଏହି ରିକ୍ସ ୱେଟ୍ ବ୍ୟାଙ୍କଗୁଡିକ ଲାଗି ପର୍ସନାଲ ଲୋନ୍ ଅଣବ୍ୟାଙ୍କିଙ୍ଗ ସଂସ୍ଥା ଲାଗି ଖୁଚୁରା ଲୋନ୍ କ୍ଷେତ୍ରରେ ଲାଗୁ ହେବ । ଏଥିରେ ହୋମ୍‌, ଏଜୁକେସନ ଓ ଅଟୋ ଲୋନ୍ ସହିତ ସୁନା କିମ୍ବା ସୁନା ଗହଣା ବଦଳରେ ସୁରକ୍ଷିତ ଲୋନକୁ ବାଦ୍ ଦିଆଯିବ । ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି ଯଦି ବ୍ୟାଙ୍କ କିମ୍ବା ଋଣଦାତା ଖର୍ଚ୍ଚ ଭାର ନିଜ ଉପରେ ପକାଇବ ତେବେ ଲୋନ୍ ନିଶ୍ଚିତ ଅଧିକ ମହଙ୍ଗା ହୋଇଯିବ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ମାସରେ କହିଥିଲେ କି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଲୋନ୍ ଉପରେ ବେଶ୍ ତୀକ୍ଷ୍ଣ ନଜର ରଖାଯାଇଛି ।

ରିପୋର୍ଟରେ କୁହାଯାଇଛି ଛୋଟ ପର୍ସନାଲ ଲୋନ୍ ବୃଦ୍ଧିକୁ ନେଇ ଆରବିଆଇ ଚିନ୍ତିତ ଥିଲା ଓ ଏପରି ଲୋନ୍ ପାଇଁ ଦୃଢ ନିୟମ ଆଣିବାକୁ ଯୋଜନାରେ ଥିଲା । କେନ୍ଦ୍ରୀୟ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାଯାଇଛି ୨୨ଡିସେମ୍ବର ୨୦୨୩ ସୁଦ୍ଧା ଅସୁରକ୍ଷିତ ପର୍ସନାଲ ଲୋନ୍ ପୂର୍ବ ବର୍ଷ ତୁଳନାରେ ୨୩% ବୃଦ୍ଧି ପାଇଛି । ସେହିପରି କ୍ରେଡିଟ୍ କାର୍ଡ ଉପରେ ବକେୟା ରାଶି ୩୦% ବଢିଯାଇଛି ।

Get real time updates directly on you device, subscribe now.