fbpx
BSKY
BJD MC SKY
BJD YOUTH SKY

ଯେଉଁମାନେ ସ୍କଚ୍-ହ୍ୱିସ୍କି କିଣନ୍ତି, ସେମାନେ ଶିକ୍ଷିତ: ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରସିଦ୍ଧ ହ୍ୱିସ୍କି ବ୍ରାଣ୍ଡ ବ୍ଲେଣ୍ଡର୍ସ ପ୍ରାଇଡ୍, ଇମ୍ପେରିଆଲ୍ ବ୍ଲୁ ଏବଂ ଲଣ୍ଡନ୍ ପ୍ରାଇଡ୍ ସମ୍ବନ୍ଧୀୟ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଶୁଣାଣି ହୋଇଛି । ଏଠାରେ ଶୁଣାଣି ସମୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ସ୍କଚ୍ ହ୍ୱିିସ୍କି ପିଉଛନ୍ତି, ସେମାନେ ସାଧାରଣତଃ ଶିକ୍ଷିତ ଏବଂ ଧନୀ ଶ୍ରେଣୀର ହୋଇଥାନ୍ତି ।

ଇନ୍ଦୋରର କମ୍ପାନୀ ଜେ.କେ ଏଣ୍ଟରପ୍ରାଇଜେସ୍ ବିରୋଧରେ ମଦ ନିର୍ମାତା କମ୍ପାନୀ ପରନୋଡ ରିକାର୍ଡ ଏକ ଆବେଦନ କରିଥିଲେ । ଏହା ମାଧ୍ୟମରେ ଏମପି କମ୍ପାନୀକୁ ‘ଲଣ୍ଡନ ପ୍ରାଇଡ’ ନାମରେ ମଦ ବିକ୍ରି ବନ୍ଦ କରାଯାଉ ବୋଲି ଦାବି କରାଯାଇଥିଲା ।

ବାର୍ ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ ପରନୋଡ ରିକାର୍ଡ ଅଭିଯୋଗ କରିଥିଲେ ଯେ, ଜେ.କେ ଏଣ୍ଟରପ୍ରାଇଜେସ୍ ଏହାର ଟ୍ରେଡ୍ ମାର୍କ ‘ବ୍ଲେଣ୍ଡର ପ୍ରାଇଡ’ ଏବଂ ‘ଇମ୍ପେରିଆଲ୍ ବ୍ଲୁ’ର ଟ୍ରେଡ ଡ୍ରେସକୁ ଉଲ୍ଲଂଘନ କରୁଛି । ଗ୍ରାହକଙ୍କୁ ଠକିବା ପାଇଁ ଜେ.କେ ଏଣ୍ଟରପ୍ରାଇଜେସ୍ ‘ଲଣ୍ଡନ ପ୍ରାଇଡ’ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଜଷ୍ଟିସ ସୁଶ୍ରୁତା ଅରବିନ୍ଦ ଧର୍ମାଧିକରୀ ଏବଂ ଜଷ୍ଟିସ ପ୍ରଣୟ ଭର୍ମାଙ୍କ ଡିଭିଜନ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ ।

ବେଞ୍ଚ କହିଛି ଯେ, ଉଭୟ ବ୍ରାଣ୍ଡର ଉତ୍ପାଦରେ ‘ପ୍ରିମିୟମ୍’ ଏବଂ ‘ଅଲ୍ଟ୍ରା ପ୍ରିମିୟମ୍’ ସାମିଲ, ଯାହାର ଗ୍ରାହକମାନେ ଅଧିକାଂଶ ଶିକ୍ଷିତ । ସେ କହିଛନ୍ତି, ‘ସହଜରେ ଅନୁମାନ କରାଯାଇପାରେ ଯେ ଏହିପରି ଉତ୍ପାଦର ଅଧିକାଂଶ ଗ୍ରାହକ ଶିକ୍ଷିତ ଏବଂ ସେମାନଙ୍କ ପାଖରେ ବ୍ଲେଣ୍ଡର ପ୍ରାଇଡ୍ / ଇମ୍ପେରିଆଲ୍ ବ୍ଲୁ ଏବଂ ଏକ ବୋତଲ ଲଣ୍ଡନ ପ୍ରାଇଡ୍ ମଧ୍ୟରେ ପାର୍ଥକ୍ୟ କରିବାର ଜ୍ଞାନ ରହିଛି ।’

ପ୍ରକାଶ ଯେ, ପୂର୍ବରୁ ଇନ୍ଦୋରର କମର୍ସିଆଲ କୋର୍ଟ ମଧ୍ୟ ପରନୋଡ ରିକାର୍ଡଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହି ଆବେଦନରେ କମ୍ପାନୀ କହିଛି ଯେ, ସେମାନେ ୧୯୯୫ ମସିହାରୁ ‘ବ୍ଲେଣ୍ଡର ପ୍ରାଇଡ’ ମାର୍କ ବ୍ୟବହାର କରୁଛନ୍ତି । ଅଭିଯୋଗ ମଧ୍ୟ ହୋଇଥିଲା ଯେ, ଇନ୍ଦୋର କମ୍ପାନୀ ଇମ୍ପେରିଆଲ୍ ବ୍ଲୁ ଭଳି ଲେବଲ୍, ପ୍ୟାକେଜିଂ ଏବଂ ଟ୍ରେଡ ଡ୍ରେସ ବ୍ୟବହାର କରି ଏହାର ମଦ ବିକ୍ରି କରୁଛନ୍ତି ।

Get real time updates directly on you device, subscribe now.