fbpx
BSKY SKY
BSKY SKY

Dry Day… ବିଶ୍ୱକପ ଫାଇନାଲରେ ମିଳିବନି ମଦ: ସବୁ ମଦ ଦୋକାନ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି

BSKY

ନୂଆଦିଲ୍ଲୀ: ବିଶ୍ୱକପ ଫାଇନାଲ ପାଇଁ ପ୍ରସ୍ତୁତ ହୋଇସାରିଛି ମହାମଞ୍ଚ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଏହି ଫାଇନାଲ ଫାଇଟ୍ । ତେବେ ଏହି ଦିନକୁ ଡ୍ରାଏ ଡେ’ ବୋଲି ଘୋଷଣା କରାଯାଇଛି । ଅର୍ଥାତ୍ ଏହି ଦିନ ବଜାରରେ ମିଳିବନି ମଦ । ନଭେମ୍ବର ୧୯ ତାରିଖରେ ସମସ୍ତ ମଦ ଦୋକାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆପ୍ ସରକାର । ରାଜ୍ୟର କୌଣସି ସ୍ଥାନରେ ମଧ୍ୟ ମଦ ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ।

ସୂଚନା ଅନୁସାରେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିଶ୍ୱକପ ଫାଇନାଲ ଦିନକୁ ଡ୍ରାଏ ଡେ’ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ଏକ୍ସାଇଜ ରୁଲ ୨୦୧୦ ୫୨ ଅନୁସାରେ, ଏହି ଦିନ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିବ । ତେବେ ଛଠ୍ ପୂଜା ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଆପ୍ ସରକାର । ଛଠ୍ ପୂଜାରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଶେଷ କରିବା ପାଇଁ ଏହି ଦିନକୁ ଡ୍ରାଏ ଡେ’ ଭାବରେ ସରକାର ଘୋଷଣା କରିଛନ୍ତି । ତେବେ ଏହି ଦିନ ଦିନିକିଆ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ମଧ୍ୟ ଖେଳାଯିବାର ସୂଚୀ ରହିଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏଠାରେ ମଦ ବିକ୍ରି ଉପରେ ରୋକ୍ ଲଗାଇଛନ୍ତି କେଜରିୱାଲ ସରକାର ।

ସେପଟେ ଛଠ୍ ପୂଜା ପାଇଁ ପ୍ରସ୍ତୁତି ସରିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ପୂଜାକୁ ନେଇ ଶ୍ରଦ୍ଧାଳୁମାନେ ଜାଗା ଚିହ୍ନଟ କରିବା ସହ ଯମୁନା ନଦୀରେ ବୁଡ଼ ପକାଇ ଆରାଧନା କରିଛନ୍ତି । ଦିଲ୍ଲୀର ପ୍ରାୟ ଏକ ହଜାର ସ୍ଥାୟୀ ଏବଂ ଅସ୍ଥାୟୀ ଘାଟରେ ଛଠ୍ ପୂଜା ଅନୁଷ୍ଠିତ ହେବ। ଘାଟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସତର୍କ ରହିଛି ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ।

ହିନ୍ଦନ ନଦୀ ଉପରେ ନିର୍ମିତ ଘାଟରେ ପୂଜାପାଠ ସମୟରେ ଭକ୍ତଙ୍କ ସୁବିଧା ପାଇଁ ପୋଲିସ ଏକ ରୁଟ ଡାଇଭର୍ସନ ଯୋଜନା ଜାରି କରିଛି। ଛତ୍ର ପୂଜା ପାଇଁ ଟ୍ରାଫିକ୍ ପୋଲିସ ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ଲୋକଙ୍କୁ ନିବେଦନ କରିଛି। ଗାଜିଆବାଦ ଟ୍ରାଫିକ ପୋଲିସ ଦ୍ୱାରା ଜାରି କରାଯାଇଥିବା ଡାଇଭର୍ସନ ଯୋଜନା ଅନୁଯାୟୀ, ନଭେମ୍ବର ୧୯ ତାରିଖ ଅପରାହ୍ନ ୨ ଟାରୁ ଭାରୀ ଯାନ ହିନ୍ଦନ ବ୍ରିଜ ଆଡକୁ ଯାଇପାରିବ ନାହିଁ ଏବଂ ହାଲୁକା ଯାନଗୁଡ଼ିକ ଅପରାହ୍ନ ୪ ଟାରୁ ହିନ୍ଦନ ବ୍ରିଜ ଆଡକୁ ଯାଇପାରିବ ନାହିଁ। ୨୦ ନଭେମ୍ବରରେ କାର୍ୟ୍ୟକ୍ରମର ଶେଷ ପର୍ୟ୍ୟନ୍ତ ରୁଟ୍ ଡାଇଭର୍ସନ ରହିବ ଜ୍ଝ

Get real time updates directly on you device, subscribe now.