fbpx

ଅର୍ଥ ଲାଗି ବାଉଳା ହେଉଛି ପାକିସ୍ତାନ, ବାରମ୍ବାର IMF ପାଖରେ ମାଗୁଛି ଭିକ୍ଷା

ନୂଆଦିଲ୍ଲୀ: ପାକିସ୍ତାନ ଲଗାତର ଅର୍ଥାଭାବକୁ ନେଇ ସଂକଟଜନକ ସ୍ଥିତିରେ ରହିଆସୁଛି । ପାକିସ୍ତାନର କାର୍ଯ୍ୟବାହକ ଅର୍ଥମନ୍ତ୍ରୀ ଶମଶାଦ ଅଖତାର ଶୁକ୍ରବାର କହିଛନ୍ତି ଦେଶକୁ କିଛି ସମୟ ଲାଗି ଆଇଏମଏଫରୁ ଅଧିକ ଋଣ ନେବାକୁ ହେବ । ଅଖତାର କହିଛନ୍ତି ଦେଶର ଅର୍ଥବ୍ୟବସ୍ଥାକୁ ମଜଭୂତ କରିବା ଲାଗି ବଡ ଧରଣର ଆର୍ଥିକ ସୁଧାରର ଆବଶ୍ୟକତା ରହିଛି । ପରିସ୍ଥିତି ଅଧିକ ଖରାପ ରହିଥିବାରୁ ଏବେ ଆଇଏମଏଫରୁ ଅଧିକ ଋଣ ଆଣିବାକୁ ପଡିବ ।

ମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟନ୍ତ ଆମେ ଘରୋଇ ସମ୍ବଳ ଓ ରପ୍ତାନୀ ବୃଦ୍ଧି କରିବାରେ ସକ୍ଷମ ହୋଇନାହୁଁ ସେ ପର୍ଯ୍ୟନ୍ତ ଦେଶର ଅର୍ଥବ୍ୟବସ୍ଥା ସୁଧୁରିବ ନାହିଁ । ତେବେ ପାକିସ୍ତାନ ସରକାର ଓ ଆଇଏମଏଫ୍ ଦ୍ୱାରା କର୍ମଚାରୀ ସ୍ତରରେ ବୁଝାମଣାର ଗୋଟିଏ ଦିନ ପରେ ମନ୍ତ୍ରୀ ଏପରି ଟିପ୍ପଣୀ ଦେଇଛନ୍ତି । ଏହି ବୁଝାମଣାରେ ପାକିସ୍ତାନକୁ ଦ୍ୱିତୀୟ କିସ୍ତିରେ ୭୦କୋଟି ଆମେରିକୀୟ ଡଲାର ମିଳିବାର ରାସ୍ତା ସଫା ହୋଇଯାଇଛି । ଅର୍ଥନୀତିରେ ସୁଧାର ଆସିବା ପର୍ଯ୍ୟନ୍ତ ଆମକୁ ଆଇଏମଏଫ ଠାରୁ ସହାୟତା ନେବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଏବେ ପାକିସ୍ତାନ ଅର୍ଥନୀତି କ୍ଷେତ୍ରରେ ବହୁତ ସଂକଟଜନକ ସ୍ଥିତି ଦେଇ ଗତି କରୁଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧୨.୬ ଅରବ ଡଲାର ରହିଛି । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ୨୯% ରହିଛି । ବିଶ୍ୱ ବ୍ୟାଙ୍କ ଅନୁଯାୟୀ ଆର୍ଥିକ ବର୍ଷ ୨୦୨୩ରେ ପାକିସ୍ତାନ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ଧିମେଇ ଯାଇଛି ଓ ସମସ୍ତ ଘରୋଇ ଉତ୍ପାଦ କ୍ଷେତ୍ରରେ ୦.୬% ହ୍ରାସ ଅନୁମାନ କରାଯାଇଛି । ଏବେ ଏଠାରେ ବହୁ ସାମଗ୍ରୀର ଦର ଆକାଶ ଛୁଆଁ ରହିଛି ।

Get real time updates directly on you device, subscribe now.