fbpx
BJD
BJD SKY
BJD SKY

ଭାରତର ନାମ ଶୁଣି ଖୁସିରେ ଆତ୍ମହରା ହେଲେ ପାକିସ୍ତାନୀ ନାଗରିକ: କହିଲେ ଏହି କଥା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ଥାନ ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକ ନିଜ ଲୋକଙ୍କୁ ଛାଡି ଅନ୍ୟ ଦେଶକୁ ପଳାଇବାକୁ ବାଧ୍ୟ ହୋଇଥିଲେ । ତେବେ କିଛିଦିନ ତଳେ ଗୁରୁଗ୍ରାମର ଜଣେ ବ୍ୟକ୍ତି ପାକିସ୍ତାନରେ ପହଞ୍ଚିଥିଲେ ଯେଉଁଠାରେ ପାକିସ୍ତାନୀ ୟୁଟ୍ୟୁବର୍ ଶୋଏବ ଚୌଧୁରୀ ତାଙ୍କର ସାକ୍ଷାତକାର ନେଇଥିଲେ। ସାକ୍ଷାତକାର ସମୟରେ ଶୋଏବ ଲାହୋରର ସବୁଠାରୁ ପ୍ରସିଦ୍ଧ ଅଙ୍କାଲୀ ବଜାରରେ ପହଞ୍ଚି ସେଠାରେ ଅନେକ ପାକିସ୍ତାନୀଙ୍କୁ ଭେଟିଥିଲେ।

ତେବେ ଏହି ସମୟ ମଧ୍ୟରେ ଜଣେ ପାକିସ୍ତାନର ବଜାରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଲା । ଉକ୍ତ ଭାରତୀୟଙ୍କୁ ଦେଖି ଜଣେ ପାକିସ୍ତାନୀ ନାଗରିକ ଖୁସିରେ ଆତ୍ମହରା ହୋଇଯାଇଥିଲେ । ତେବେ ସେମାନେ ବିଭାଜନ ସମୟରେ ସ୍ଥାନାନ୍ତରିତ ହୋଇ ଆସିଥିବା ଭାରତୀୟ ବୋଲି କହିଥିଲେ । ବିଭାଜନ ସମୟରେ ସେମାନଙ୍କ ପୂର୍ବଜ ଭାରତରୁ ପାକିସ୍ତାନ ଚାଲିଆସିଥିବା କଥା କହିଥିଲେ।

ସମ୍ପ୍ରତି ଭାରତର ଗୁରୁଗ୍ରାମରେ ରହୁଥିବା ମନୁ ମେହେଟ୍ଟା ପାକିସ୍ତାନ ଯାଇ ସେଠାରେ ପାକିସ୍ତାନୀ ୟୁଟ୍ୟୁବ ଶୋଏବଙ୍କୁ ଭେଟିଛନ୍ତି। ଶୋଏବ ମନୁଙ୍କୁ ଏକ ଗୁପଚୁପ ଦୋକାନକୁ ନେଇ ଯାଇଥିଲେ । ଯେତେବେଳେ ଏହି ଦୋକାନର ମାଲିକ ଜାଣିବାକୁ ପାଇଲେ ଯେ ମନୁ ଭାରତୀୟ, ସେତେବେଳେ ସେ ବହୁତ ଖୁସି ହୋଇଥିଲେ ।

ସେ କହିଛନ୍ତି ଯେ “ବିଭାଜନ ସମୟରେ ଆମ ପରିବାର ଭାରତର ଶାହାପୁରରୁ ପାକିସ୍ତାନ ଆସିଥିଲେ।” ଏଥି ସହିତ, ଭାରତୀୟ ବ୍ୟକ୍ତି ଜଣକ ଦିଲ୍ଲୀର ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ବେଶ ପ୍ରଶଂସା କରିଛନ୍ତି।

Get real time updates directly on you device, subscribe now.