ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର, ୧୦୦ କୋଟି ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର । ବିଶ୍ୱବିଦ୍ୟାଳୟ ୮ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନରେ ପରିଣତ ହେବ ।
ପୁରୀ ସଦାଶିବ ସଂସ୍ଖୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୧୦୦ କୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ତାଳବଣିଆ ଠାରେ ୧୦ ଏକର ଜମିରେ ନିର୍ମାଣ ହେବ ଏହି ସମସ୍ତ କୋଠା । ବିଶ୍ୱବିଦ୍ୟାଳୟ ସଂଲଗ୍ନ ୫ ମହଲା ବିଶିଷ୍ଟ ମହିଳା ଛାତ୍ରାବାସ ଓ ପୁରୁଷ ଛାତ୍ରାବାସର ମଧ୍ୟ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।