fbpx

କୁଖ୍ୟାତ ଅପରାଧୀ ଏନକାଉଣ୍ଟରରେ ମୃତ, ମୁଣ୍ଡ ଉପରେ ଥିଲା ୧.୨୫ ଲକ୍ଷ ଟଙ୍କାର ପୁରସ୍କାର

ଝାନ୍‌ସୀ: ୨୦୨୦ରେ ଚର୍ଚ୍ଚିତ ପିଣ୍ଟୁ ସେନଗାର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସାର୍ପ ଶୁଟର ରଶିଦ କାଲିଆ ଉତ୍ତରପ୍ରଦେଶ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଝାନ୍‌ସୀ ଖଜୁରାହୋ ଜାତୀୟ ରାଜପଥ କଡରେ ପଡୁଥିବା ସିତୌରା ଗ୍ରାମ ନିକଟରେ ଉତ୍ତରପ୍ରଦେଶ ପୋଲିସ କାଲିଆର ଏନକାଉଣ୍ଟର କରିଛି । ଉତ୍ତରପ୍ରଦେଶ ଏସଟିଏଫ୍ ସହ ଗୁଳିଗୋଳା ବିନିମୟ ସମୟରେ ମୃତ୍ୟୁବରଣ କରିଥିବା ଦୂର୍ଦ୍ଦାନ୍ତ ଅପରାଧୀ କାଲିଆର ମୁଣ୍ଡ ଉପରେ ୧.୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।

୨୦୨୦ରେ ପିଣ୍ଟୁ ସେନଗରଙ୍କୁ ଚକେରୀ ଥାନା କ୍ଷେତ୍ରରେ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ସାର୍ପ ସୁଟର ଏହସାନ ଓ ରଶିଦ କାଲିଆ ଭିଆଇଥିଲେ । ଜଣାପଡିଥିଲା କି ପିଣ୍ଟୁ ସେନଗରର ହତ୍ୟା କରିବା ଲାଗି ବାଇକ୍ ସବାର ସାର୍ପ ଶୁଟର ଏହସାନ ଓ ରଶିଦ କାଲିଆ କାନପୁରର ବଡ ଅପରାଧୀ ପପୁ ସ୍ମାର୍ଟ ଠାରୁ ୪୦ ଲକ୍ଷ ଟଙ୍କାର ସୁପାରୀ ନେଇଥିଲେ । ତେବେ ଏହି ହତ୍ୟାକାଣ୍ଡ ପଛରେ ଜମିଜମା ବିବାଦ ଥିଲା ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡିଥିଲା ।

ଆଜି ସକାଳେ ଉତ୍ତରପ୍ରଦେଶ ଏସ୍‌ଟିଏଫକୁ ଝାନ୍‌ସୀରେ କାଲିଆ ଥିବା ନେଇ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଏସଟିଏଫ୍ ଟିମ୍ ମଉରାନୀପୁର କୋତୱାଲି ପୋଲିସ ସହାୟତାରେ କାଲିଆକୁ ଝାନସୀ ଖଜୁରାହୋ ଜାତୀୟ ରାଜପଥ ସିତାରା ଗ୍ରାମ ନିକଟରେ ଘେରି ନେଇଥିଲା । ଏହାପରେ କାଲିଆ ନିଜକୁ ରକ୍ଷା କରିବା ଲାଗି ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା ।

Get real time updates directly on you device, subscribe now.