fbpx

ଭାରତ-ଅଷ୍ଟ୍ରେଲିଆ ଉଭୟ ଦଳ ହେବେ WC ଚମ୍ପିଆନ୍! ଏମିତି ହେଲେ ୨ ଦଳକୁ ବିଶ୍ୱବିଜୟୀ ଘୋଷଣା କରିପାରେ

ନୂଆଦିଲ୍ଲୀ: ଆସନ୍ତାକାଲି ଅହମ୍ମଦାବାଦ ଷ୍ଟାଡିୟମରେ କେଳାଯିବ ବିଶ୍ୱକପର ଫାଇନାଲ ଲଢେଇ । ଏହି ଟ୍ରଫି ପାଇଁ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ତେଣୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ସହିତ ଖୁବ ରୋମାଞ୍ଚକର ରହିବ ବୋଲି ଆଶା ରହିଛି । କିନ୍ତୁ ଫାଇନାଲ ମ୍ୟାଚର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଏହି ମ୍ୟାଚରେ ଅନେକ ରେଜଲ୍ଟ ଦେଖିବାକୁ ମିଳିପାରେ । ଏହାମଧ୍ୟରୁ ଏକ ସମୀକରଣ ଅନୁସାରେ, ଭାରତ ଏବଂ ଅଷ୍ଟ୍ରେଲିଆ ଉଭୟ ଦଳ ବିଶ୍ୱକପରେ ଚମ୍ପିଆନ୍ ସାଜିପାରନ୍ତି । କିନ୍ତୁ କେମିତି?

ବର୍ତ୍ତମାନ ଠାରୁ ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମ୍ୟାଚର ଫଳାଫଳ କହିବା ଖୁବ କଷ୍ଟକର ହୋଇପଡ଼ିଛି । ଉଭୟ ଦଳର ଫର୍ମକୁ ଦେଖିଲେ ମ୍ୟାଚରେ କେଉଁ ଦଳ ବିଜୟୀ ହେବ, ତାହା କହିବା ମୁସ୍କିଲ । ଏହି ମ୍ୟାଚ କୌଣସି ବି ମୁହୂର୍ତ୍ତରେ କୌଣସି ପରିସ୍ତିତିରେ ପହଞ୍ଚିପାରେ । ଏପରିକି ବିଶ୍ୱକପ ଫଳାଫଳ ମଧ୍ୟ ବଦଳି ଯାଇପାରେ । ବିଶ୍ୱକପରେ ଉଭୟ ଦଳ ମଧ୍ୟରୁ ଗୋଟିଏ ଦଳ ଭାରତ କିମ୍ବା ଅଷ୍ଟ୍ରେଲିଆ କେହି ଜଣେ ଚମ୍ପିଆନ୍ ହୋଇପାରନ୍ତି । ସେହିପରି ଉଭୟ ଦଳ ମଧ୍ୟ ଚମ୍ପିଆନ ଭାବରେ ପରିଚୟ ପାଇପାରନ୍ତି ।

କିନ୍ତୁ ଯଦି ବିଶ୍ୱକପ ଫାଇନାଲରେ ବର୍ଷା ବାଧକ ସାଜେ, ତେବେ ଏଥିପାଇଁ ଏକ ରିଜର୍ଭ ଡେ’ ରଖାଯାଇଛି । ତେବେ ଏହା ସତ୍ତେ୍ୱ ମଧ୍ୟ ରିଜର୍ଭ ଡେ’ରେ ଯଦି ଫାଇନାଲ ମ୍ୟାଚ ସମ୍ପୂର୍ଣ୍ଣ ବର୍ଷାରେ ଧୋଇଯାଇପାରେ । ତେବେ ଏଭଳି ପରିସ୍ଥିତିରେ କ’ଣ ହେବ, ସେ ନେଇ ସ୍ପଷ୍ଟ ସୂଚନା ଦେଇଛି ଆଇସିସି । ନିୟମ ଅନୁସାରେ, ରିଜର୍ଭ ଡେ’ରେ ମଧ୍ୟ ଯଦି ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୁଏ, ତେବେ ଉଭୟ ଦଳକୁ ସଂଯୁକ୍ତ ରୂପରେ ବିଜୟୀ ବୋଲି ଘୋଷଣା କରାଯିବ ।

୨୦୦୨ ମସିହା ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଏଭଳି ନିୟମ ଲାଗୁ ହୋଇଥିବା ଦେଖିବାକୁ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିଲା । କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ ସମ୍ପୂର୍ଣ୍ଣ ଭାବରେ ଖେଳାଯାଇ ପାରିନଥିଲା । ତେଣୁ ଶେଷରେ ବାଧ୍ୟ ହୋଇ ଭାରତ ଏବଂ ଶ୍ରୀଲଙ୍କା ଉଭୟ ଦଳକୁ ସଂଯୁକ୍ତ ଭାବରେ ବିଜୟୀ ବୋଲି ଘୋଷଣା କରିଥିଲା ଆଇସିସି । ତେବେ ବିଶ୍ୱକପର ୪୮ ବର୍ଷ ଇତିହାସରେ କୌଣସି ଫାଇନାଲ ମ୍ୟାଚ ରିଜର୍ଭ ଡେ’ରେ ମଧ୍ୟ ଖେଳାଯାଇ ନାହିଁ । ଆସନ୍ତାକାଲି ମଧ୍ୟ ଅହମ୍ମଦାବାଦରେ ବର୍ଷା ହେବାର କୌଣସି ଆଶା ନତିବା କହିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.