ଯେଉଁ କାର୍ଯ୍ୟ ୭୫ ବର୍ଷରେ କରାଯାଇ ନଥିଲା, AAP ସରକାର ୫ ବର୍ଷରେ କରିବ; ଅରବିନ୍ଦ କେଜ୍ରିୱାଲ

ହୋଶିଆରପୁର: ପଞ୍ଜାବର ସିଏମ୍ ଭଗୱନ୍ତ ମାନ ହୋଶିଆରପୁରରେ ୮୬୭ କୋଟି ଟଙ୍କା ମୂଲ୍ୟର ବିକାଶ କାର୍ଯ୍ୟ ଘୋଷଣା କରିଛନ୍ତି। ଏହି ଅବସରରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ କେଜ୍ରିୱାଲ କହିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଯେଉଁ କାର୍ଯ୍ୟ ପଞ୍ଜାବ ପାଇଁ କରାଯାଇ ନାହିଁ, ତାହା ଆପ ସରକାର ୫ ବର୍ଷ ମଧ୍ୟରେ କରିବେ।

ସିଏମ କେଜ୍ରିୱାଲ କହିଛନ୍ତି ଯେ, ସିଏମ ଭଗୱନ୍ତ ମାନ ୮୬୭ କୋଟି ଟଙ୍କା ପ୍ୟାକେଜ ଆଣିଛନ୍ତି। ଏହି ସରକାର ଦେଉଥିବା ପରି କୌଣସି ସରକାର ହୋଶିଆରପୁରକୁ ଏତେ ବଡ ପ୍ୟାକେଜ୍ ଦେଇନାହାଁନ୍ତି। ଏହା ମାଧ୍ୟମରେ ଡାକ୍ତରଖାନା ନିର୍ମାଣ ହେବ, ବଡ଼ କ୍ଲିନିକ୍ ନିର୍ମାଣ ହେବ, ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବ, ରାସ୍ତା ନିର୍ମାଣ ହେବ, ପଡିଆ ନିର୍ମାଣ ହେବ । ହୋଶିଆପୁର ପାଇଁ ଆଜି ଏକ ଚମତ୍କାର ପ୍ୟାକେଜ୍ ଘୋଷଣା କରାଯାଉଛି ।

୭୫ ବର୍ଷରେ ପଞ୍ଜାବରେ ମାତ୍ର ନିର୍ମିତ ୩ ଟି ମେଡିକାଲ କଲେଜ- କେଜ୍ରିୱାଲ

ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି, ଏଥିରେ ସବୁଠାରୁ ବଡ କଥା ହେଉଛି ମେଡିକାଲ କଲେଜ ନିର୍ମାଣ, ବର୍ତ୍ତମାନ ପଞ୍ଜାବରେ ୪ ଟି ମେଡିକାଲ କଲେଜ ଅଛି। ଏଥିମଧ୍ୟରୁ ଗୋଟିଏ ଇଂରେଜଙ୍କ ଦ୍ୱାରା ତିଆରି କରାଯାଇଥିଲା । ସ୍ୱାଧୀନତାର ୭୫ ବର୍ଷରେ ତିନୋଟି ମେଡିକାଲ କଲେଜ ନିର୍ମାଣ କରାଯାଇଛି । ୧୯୪୭ ପରେ, ପଟିଆଲା, ଫରିଦକୋଟ ଏବଂ ମୋହାଲିରେ କେବଳ ତିନୋଟି କଲେଜ ନିର୍ମାଣ କରାଯାଇଥିଲା । ଆମ ସରକାର କ୍ଷମତାକୁ ଆସିବାର ଦେଢ଼ ବର୍ଷ ବିତିଗଲାଣି ଏବଂ ଆମେ ପାଞ୍ଚଟି ମେଡିକାଲ କଲେଜ ନିର୍ମାଣ ଘୋଷଣା କରିଛୁ। ଏଗୁଡିକ ହୋଶିଆରପୁର, କାପୁରଥାଲା, ସାଙ୍ଗ୍ରୁର, ମଲେରକୋଟଲା ଏବଂ ମୋଗାରେ ନିର୍ମାଣ ହେବ । ୭୫ ବର୍ଷରେ ଯାହା କରାଯାଇଥିଲା ତାହାଠାରୁ ଅଧିକ କାର୍ୟ୍ୟ କରାଯାଇଛି ବୋଲି କେଜ୍ରିୱାଲ ଅଭିଭାଷଣରେ ଦାବି ରଖିଛନ୍ତି ।