fbpx
BJD SKY
BJD SKY

ଡିପଫେକ୍ ମାମଲାରେ କଠୋର ହେଲେ ସରକାର, ସୋସିଆଲ ମିଡିଆ ମଞ୍ଚକୁ ନେଇ ଆୟୋଜିତ ହେବ ବଡ ବୈଠକ

BJD

ନୂଆଦିଲ୍ଲୀ: Deepfake ମାମଲା ଉପରେ ମୋଦୀ ସରକାର ଉଦବେଗ ପ୍ରକାଶ କରିବା ସହ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଆଜି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ସରକାର ଖୁବ୍ ଶୀଘ୍ର ଡିପଫେକ୍ ପ୍ରସଙ୍ଗରେ ସୋସିଆଲ ମିଡିଆ ସହ ଚର୍ଚ୍ଚା କରିବେ । ଯଦି କମ୍ପାନୀ ଏହି ସମ୍ବନ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରିବେ ତେବେ ଆଇଟି ଅଧିନିୟମ ‘ସେଫ୍ ହାର୍ବର’ ମାଧ୍ୟମରେ ସେମାନଙ୍କୁ ଆଉ ସଂରକ୍ଷଣ ମିଳିବ ନାହିଁ । ଭିଡିଓରେ କୌଣସି ବ୍ୟକ୍ତିଙ୍କ ଚେହେରା କିମ୍ବା ଶରୀରକୁ ଡିଜିଟାଲି ପରିବର୍ତ୍ତନ କରିବାକୁ ଡିପଫେକ୍ କୁହାଯାଏ । ମେସିନ୍ ଲର୍ଣ୍ଣିଂ ଓ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ପ୍ରସ୍ତୁତ ଏହି ଭିଡିଓ କାହାକୁ ଧୋକା ଦେଇପାରେ ।

ବୈଷ୍ଣବ କହିଛନ୍ତି ଡିପ୍‌ଫେକ୍ ମାମଲାରେ ସରକାର ସୋସିଆଲ ମିଡିଆ କମ୍ପାନୀଙ୍କୁ ନୋଟିସ୍ ଜାରି କରିଥିଲେ ଓ ବିଭିନ୍ନ ପ୍ଲାଟଫର୍ମ ପକ୍ଷରୁ ଜବାବ ବି ମିଳିଥିଲା । ସେ କହିଛନ୍ତି କମ୍ପାନୀଙ୍କୁ ଏ ଦିଗରେ ଅଧିକ ଆକ୍ରାମକ ହେବାକୁ ପଡିବ । ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି, ଆମେ ଏ ଦିଗରେ ପଦକ୍ଷେପ ନେଇଛୁ କିନ୍ତୁ ଆମକୁ ଆହୁରି ଅନେକ କିଛି ପଦକ୍ଷେପ ନେବାକୁ ହେବ । ଆଗାମୀ ୩/୪ ଦିନ ମଧ୍ୟରେ ସରକାର ସବୁ ସୋସିଆଲ ମିଡିଆ ମଞ୍ଚକୁ ନେଇ ଏକ ବୈଠକ କରିବାକୁ ଯାଉଛନ୍ତି । ଆମେ ଏହି ବୈଠକ ମାଧ୍ୟମରେ ଏହା ସୁନିଶ୍ଚିତ କରିବୁ କି ଯେପରି କମ୍ପାନୀଗୁଡିକ ଡିପଫେକ୍ ପରି ମାମଲା ରୋକିବାକୁ ପର୍ଯ୍ୟାପ୍ତ ପ୍ରୟାସ କରିବେ । ତେବେ ଏହି ବୈଠକକୁ ଗୁଗଲ ଓ ମେଟା ପରି ବଡ ମଞ୍ଚକୁ ବି ଡକାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.