fbpx

IND ବନାମ AUS : ଜାଣନ୍ତୁ ଫାଇନାଲ୍ ମ୍ୟାଚ ପୂର୍ବରୁ ଭାରତ-ଅଷ୍ଟ୍ରେଲିଆର ଖେଳାଳିମାନେ କେଉଁଠି ଓ କ’ଣ ରାତ୍ରୀ ଭୋଜନ କରିବେ

ଅହମ୍ମଦାବାଦ; ନଭେମ୍ବର ୧୯ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପ ୨୦୨୩ ର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ତେବେ ଫାଇନାଲ୍ ମ୍ୟାଚ୍ ସ୍ୱତନ୍ତ୍ର କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ ଏବଂ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଅନ୍ୟପଟେ ଏହି ଟାଇଟଲ୍ ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଏକ ସ୍ୱତନ୍ତ୍ର ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପାଇଛନ୍ତି। ଅହମ୍ମଦାବାଦର ସାବରମତି ନଦୀ ଉପରେ ନିର୍ମିତ ରିଭର କ୍ରୁଜ ରେଷ୍ଟୁରାଣ୍ଟ ଠାରେ ଉଭୟ ଦଳଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ରେଷ୍ଟୁରାଣ୍ଟ ମାଲିକ ସୁହାର ମୋଦୀ କହିଛନ୍ତି ଯେ ବିଶ୍ୱକପ ପୂର୍ବରୁ ସମସ୍ତ ଦଳକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ପୂର୍ବରୁ ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ପାଇଁ ରାତ୍ରୀ ଭୋଜନ ପ୍ରସ୍ତୁତ ହେଉଛି ।

ତେବେ ସୂଚନା ଅନୁଯାୟୀ, ଶସ୍ୟ ଖାଦ୍ୟ ପ୍ରୋତ୍ସାହନ ସ୍ୱରୂପ ଖେଳାଳିଙ୍କୁ “ବାଜରା” ଖାଦ୍ୟ ପରସା ଯିବ ବୋଲି ଜଣାପଡିଛି । ସେହିପରି ରାତ୍ରୀ ଭୋଜନ ପାଇଁ ଗୁଜୁରାଟୀ ଖାଦ୍ୟ ମେନୁରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ବ୍ୟତୀତ ଖେଳାଳିମାନେ ଅଟଳ ଫୁଟ ଓଭର ବ୍ରିଜ ପରିଦର୍ଶନ କରିବେ ବୋଲି ସୂଚନା ରହିଛି।

ବିଶ୍ୱକପ ୨୦୨୩ ଟାଇଟେଲ ଲଢେଇ: ଭାରତ-ଅଷ୍ଟ୍ରେଲିଆ:-

ବିଶ୍ୱକପ୍ ୨୦୨୩ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଗତ ବୁଧବାର (୧୫ ନଭେମ୍ବର) ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା ଜ୍ଝ ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୭୦ ରନରେ ଚମତ୍କାର ଭାବେ ବିଜୟ ଲାଭ କରିଥିଲା । ମହମ୍ମଦ ଶାମି ୭ ୱିକେଟ୍ ନେଇ ଭାରତ ପାଇଁ ଏକ ଐତିହାସିକ ପ୍ରଦର୍ଶନ କରିଥିଲେ। ସେହିପରି ଏହି ମ୍ୟାଚରେ ବିରାଟ କୋହଲି ତାଙ୍କର ୫୦ ତମ ଙଊଓ ଶତକ ହାସଲ କରିଥିଲେ। ଏହା ବ୍ୟତୀତ ଶ୍ରେୟସ୍ ଆୟର ମଧ୍ୟ ଏକ ଶତକ ହାସଲ କରିଥିଲେ।

ଏହା ପରେ କୋଲକାତାର ଇଡେନ୍ ଗାର୍ଡେନ୍ ଠାରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚକୁ ୩ ୱିକେଟରେ ଜିତି ନେଇଥିଲା। ଉଭୟଙ୍କ ମଧ୍ୟରେ ଏକ ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ​​। ଶେଷରେ ଚଳିତ ବିଶ୍ୱକପ ୨୦୨୩ ଟାଇଟେଲ ଲଢେଇରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଆସନ୍ତାକାଲି ଏହି ଟାଇଟେଲ ଲଢେଇ ଅନୁଷ୍ଠିତ ହେବାକୁ ଯାଉଛି ।

Get real time updates directly on you device, subscribe now.