fbpx

‘ଭାରତ ବିଶ୍ୱକପ ଜିତିଲେ ମୁଁ ଉଲଗ୍ନ ହୋଇ ଚାଲିବି’: ଫାଇନାଲ୍ ମ୍ୟାଚ ପୂର୍ବରୁ ଅଭିନେତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ । ୨୦୦୩ ପରେ ପ୍ରଥମ ଥର ପାଇଁ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ ମୁକୁଟ ପିନ୍ଧିବା ପାଇଁ ପରସ୍ପର ସହ ଲଢ଼ିବେ । ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି ସୁଯୋଗ ଲାଭ କରିଥିଲା ।

ତେବେ ଚଳିତ ଥର ବିଶ୍ୱକପ ଘରୋଇ ମାଟିରେ ଆୟୋଜିତ ହେଉଥିବାରୁ ଟିମ୍ ଇଣ୍ଡିଆ ପାଇଁ ବିଶ୍ୱ ଚାମ୍ପିୟନ ହେବାର ଏକ ବଡ଼ ସୁଯୋଗ ରହିଛି । ଅଧିନାୟକ ରୋହିତ ଶର୍ମା, କିଙ୍ଗ କୋହଲିଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଫୁଲ୍ ଫର୍ମରେ ରହିଛନ୍ତି । ସେହିପରି ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ମହମ୍ମଦ ଶାମୀ, କୁଲଦୀପ ଯାଦବ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ନେଇ ଭାରତୀୟ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ ହୋଇପାରିଛି ।

ତେବେ ଭାରତ ବିଶ୍ୱବିଜୟୀ ହେବା ନେଇ ଅଗଣିତ ଫ୍ୟାନ୍ସ ପ୍ରାର୍ଥନା କରୁଥିବା ବେଳେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଗୋଟିଏ ପଟେ ବିଶ୍ୱକପର ଫାଇନାଲ ମ୍ୟାଚକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିବା ବେଳେ ଏହା ମଧ୍ୟରେ ତେଲୁଗୁ ଫିଲ୍ମ ଅଭିନେତ୍ରୀ ରେଖା ବୋଜ ଏକ ବଡ଼ ଘୋଷଣା କରିଛନ୍ତି । ଯଦି ଭାରତ ୨୦୨୩ ବିଶ୍ୱକପ ବିଜୟୀ ହୁଏ ତେବେ ସେ ଭାଇଜାଗ ବେଳାଭୂମିରେ ଉଲଗ୍ନ ହୋଇ ଚାଲିବେ ବୋଲି ରେଖା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୧ ବିଶ୍ୱକପ ପୂର୍ବରୁ ମଧ୍ୟ ବଲିଉଡ୍ ଅଭିନେତ୍ରୀ ପୁନମ୍ ପାଣ୍ଡେ ସମାନ ଘୋଷଣା କରି ଚର୍ଚ୍ଚିତ ହୋଇଥିଲେ । ସେହିପରି ଭାରତ ଜିତିଲେ ମାଗଣାରେ ବିରିୟାଣୀ ବାଣ୍ଟିବେ ବୋଲି ଜଣେ ଦୋକାନୀ ମଧ୍ୟ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.