fbpx

(video)ବିଶ୍ୱକପ୍ ୨୦୨୩ ଫାଇନାଲକୁ ନେଇ ଏପରି କିଛି କହିଲେ ଭାଇଜାନ୍‌, ଭିଡିଓ ହେଉଛି ଭାଇରାଲ୍‌

ମୁମ୍ବାଇ:ସଲମାନ ଖାନ୍ ଓ କାଟ୍ରିନା କୈଫ ନିଜ ଫିଲ୍ମ ‘ଟାଇଗର ୩’ର ସଫଳତାକୁ ନେଇ ଏବେ ଆନନ୍ଦ ମନାଉଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ ବେଶ୍ ଦମଦାର ପ୍ରଦର୍ଶନ କରିବାରେ ଲାଗିଛି ଓ ଏ ପର୍ଯ୍ୟନ୍ତ ୩୦୦କୋଟିରୁ ଅଧିକ ରୋଜଗାର କରିସାରିଲାଣି । ଏହି ଫିଲ୍ମ ଦୀପାବଳି ଦିନ ରିଲିଜ୍ ହୋଇଥିଲା । କିନ୍ତୁ ଏବେ ଲୋକଙ୍କ ଧ୍ୟାନ ଫିଲ୍ମ ରିଲିଜ୍ ଉପରେ କମ୍ ଓ କ୍ରିକେଟ୍ ବିଶ୍ୱକପ୍ ଉପରେ ଅଧିକ ରହିଛି । ଏହାରି ମଧ୍ୟରେ India vs Australia ମ୍ୟାଚ୍‌କୁ ନେଇ ସଲମାନ ଖାନ୍ ଏକ ଭବିଷ୍ୟବାଣୀ କରିଛନ୍ତି ।

ଟାଇଗର ୩ର ପ୍ରେସ୍ କନଫରେନ୍ସ ଆୟୋଜିତ ହୋଇଥିଲା ଓ ଏଥିରେ ସଲମାନଙ୍କ ବ୍ୟତିତ କାଟ୍ରିନା, ଫିଲ୍ମରେ ଖଳନାୟକ ଭୂମିକାରେ ଥିବା ଇମରାନ୍ ହାସମୀ ଫ୍ୟାନ୍ସଙ୍କୁ ଭେଟିଥିଲେ । ଏହି ସମୟରେ ସଲମାନ ଖାନ୍ ଫିଲ୍ମ ବ୍ୟତିତ India vs Australia ମ୍ୟାଚକୁ ନେଇ ବି କିଛି କହିଥିଲେ । ସେ କହିଥିଲେ ଭାରତ ଏହି ବିଶ୍ୱକପ୍‌ରେ ସମସ୍ତ ଲିଗ୍ ମ୍ୟାଚ୍ ଜିତି ଆସିଛି ଓ କାଲି ଫାଇନାଲ ମ୍ୟାଚ୍ ହେବ । ସେ କହିଥିଲେ ବିଶ୍ୱକପ୍ କାରଣରୁ ତାଙ୍କ ଫିଲ୍ମ ଟାଇଗର ୩ କିନ୍ତୁ ଆଦୌ ପ୍ରଭାବିତ ହୋଇନାହିଁ । ସେ କହିଛନ୍ତି କାଲି ଭାରତ ବି ଜିତିଯିବ ଓ ଆପଣମାନେ ସମସ୍ତେ ଖୁସି ହୋଇ ଆମ ଫିଲ୍ମ ଦେଖିବାକୁ ଆହୁରି ବହୁ ସଂଖ୍ୟାରେ ସିନେମାଘର ଆସିବେ । ସଲମାନଙ୍କ ଏହି କଥା ଲୋକଙ୍କ ହୃଦୟ କିଣିନେଇଛି । ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି । ସଲମାନ ଆହୁରି କହିଛନ୍ତି ଟିମ୍ ଇଣ୍ଡିଆର ପ୍ରଦର୍ଶନ ବହୁତ ଦମଦାର ରହିଛି । ଟିମ୍‌ର ସବୁ ଖେଳାଳି ରେକର୍ଡ ଭାଙ୍ଗିଛନ୍ତି ଓ ଇତିହାସ ରଚିଛନ୍ତି ।

Get real time updates directly on you device, subscribe now.