fbpx
BSKY
BJD MC SKY
BJD YOUTH SKY

JDSର ବରିଷ୍ଠ ନେତା ସିଏମ ଇବ୍ରାହିମ୍ ଦଳରୁ ସସପେଣ୍ଡ

ନୂଆଦିଲ୍ଲୀ: ଦେଶରେ ୫ଟି ରାଜ୍ୟର ବିଧାନସଭା ପାଇଁ ବିଭିନ୍ନ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି ହୋଇଛି । ଗତ ୭ ତାରିଖରେ ଛତିଶଗଡ଼ର ୨୦ଟି ଆସନ ପାଇଁ ମତଦାନ ସରିଥିବା ବେଳେ ୧୭ରେ ଆଉ ୭୦ଟି ଆସନରେ ମତଦାନ ସମାପ୍ତ ହୋଇଛି । ଏଥିସହିତ ନଭେମ୍ବର ୭ରେ ମିଜୋରାମର ୪୦ଟି ଆସନ ପାଇଁ ମତଦାନ ସରିଥିବା ବେଳେ ୧୭ରେ ମଧ୍ୟପ୍ରଦେଶର ୨୩୦ଟି ଆସନ ପାଇଁ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଛି ।

ତେବେ ଏହା ମଧ୍ୟରେ କର୍ଣ୍ଣାଟକ ରାଜନୈତିକ ମହଲରୁ ଆସିଛି ଏକ ବଡ଼ ଖବର । ଦଳ ବିରୋଧୀ କାର୍ଯ୍ୟକଳାପ କାରଣରୁ ଜଣେ ରାଜନେତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ଦଳର ନିଷ୍ପତ୍ତି ଅବମାନନା କରିବାରୁ ବରିଷ୍ଠ ନେତା ସିଏମ ଇବ୍ରାହିମଙ୍କୁ ଜେଡିଏସରୁ ସସପେଣ୍ଡ କରାଯାଇଛି । ଏହା ପୂର୍ବରୁ ଗତ ମାସ ୧୯ ତାରିଖରେ ଇବ୍ରାହିମଙ୍କୁ ଦଳର ରାଜ୍ୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା ।

ଇବ୍ରାହିମଙ୍କୁ ରାଜ୍ୟ ଅଧ୍ୟକ୍ଷ ପକ୍ଷରୁ ହଟାଇଥିଲେ ଜେଡିଏସର ଅଧ୍ୟକ୍ଷ ଏଚଡି ଦେବ ଗୌଡ଼ା । ଏଥିସହିତ ଶ୍ରୀ ଦେବ ଗୌଡ଼ା ନିଜ ପୁଅ ଏଚଡି କୁମାରସ୍ୱାମୀଙ୍କ ଉକ୍ତ ପଦରେ ନିଯୁକ୍ତି ଦେଇଥିଲେ । ଇବ୍ରାହିମ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହିତ ଜେଡିଏସରେ ସାମିଲ ହେବା ପୂର୍ବରୁ କଂଗ୍ରେସରେ ରହିଥିଲେ । ଗତବର୍ଷ ମାର୍ଚ୍ଚ ମାସରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଇବ୍ରାହିମ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିଲେ । ତେଣୁ ତାହା ଦ୍ୱାରା ଦଳର ବହୁତ କ୍ଷତି ଘଟିଥିବା ଜେଡିଏସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.