fbpx

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ରୋପ୍‍ ୱେ’ ସେବା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ନବନିର୍ମିତ ରୋପ୍‍ ୱେ’ ଆଜିଠାରୁ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ସେବାରେ ଲାଗିଛି । ଗତ ଶୁକ୍ରବାର ଅପରାହ୍ନରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‍ଘାଟନ କରିଥିଲେ । ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ନୂତନ ଜ୍ଞାନକୌଶଳରେ ୬୨୬ ମିଟର ଦୂରତାର ନିର୍ମିତ ଏହି ରୋପ ୱେ’ ରେ ୧୨ଟି କ୍ୟାବିନ୍‍ର ବ୍ୟବସ୍ଥା କରାଯାଇଛି ।

ପ୍ରତି କ୍ୟାବିନରେ ୬ ଜଣ କରି ମୋଟ୍‍ ୭୨ ଜଣ ପର୍ଯ୍ୟଟକ ଗୋଟିଏ ଥରରେ ବସି ନନ୍ଦନକାନନ କାଞ୍ଜିଆ ହ୍ରଦର ପ୍ରାକୃତିକ ତଥା ମନୋରମ ପରିବେଶକୁ ଉପଭୋଗ କରିବା ସହିତ ଉଭୟ ପ୍ରାଣୀଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନର ବୃକ୍ଷଲତା, ବିଭିନ୍ନ ପ୍ରଜାତିର ଫୁଲ, ବିରଳ ପଶୁପକ୍ଷୀ ଏବଂ ଶରୀସୃପ ମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ । ପ୍ରତି ପର୍ଯ୍ୟଟକଙ୍କ ପାଇଁ ରୋପ ୱେ’ର ଟିକେଟ୍‍ ମୂଲ୍ୟ ୧୨୦ ଟଙ୍କା ରଖାଯାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ । ୨୦୨୧ ମସିହାରୁ ବନ୍ଦ ଥିବା ଏହି ରୋପ୍‍ ୱେ’ ପୁନଃକାର୍ଯ୍ୟକ୍ଷମ ହୋଇଥିବାରୁ ଏଥିରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆଜି ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.