fbpx

ନିକାରାଗୁଆର ସେଏନିସ୍ ପାଲାସିଓସ୍ ହେଲେ ମିସ୍ ୟୁନିଭର୍ସ ୨୦୨୩, ଭାରତର ଶ୍ୱେତା କେଉଁ ସ୍ଥାନରେ ଜାଣନ୍ତୁ?

ନୂଆଦିଲ୍ଲୀ: ନିକାରାଗୁଆର ସେଏନିସ୍ ପାଲାସିଓସ୍ ହୋଇଛନ୍ତି ମିସ୍ ୟୁନିଭର୍ସ ୨୦୨୩ । କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍‌ ସାଲ୍‌ଭାଡର୍‌ର ଜସ୍‌ ଏଡଲ୍‌ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି।

‘ମିସ୍‌ ୟୁନିଭର୍ସ ୨୦୨୨’ ଆର୍‌’ବନ୍ନି ଗାବ୍ରିଏଲ୍‌ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍‌ ଶ୍ରେଷ୍ଠ ୩ ସ୍ଥାନରେ ସ୍ଥାନିତ ହୋଇଛନ୍ତି। ‘ମିସ୍‌ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍‌ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା। ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ୮୪ ଦେଶ ଓ ଅଞ୍ଚଳର ପ୍ରତିଯୋଗୀମାନେ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହି ପ୍ରତିଯୋଗିତା ଉପସ୍ଥାପନ କରିଥିଲେ ଆମେରିକୀୟ ଟେଲିଭିଜନ୍‌ ବ୍ୟକ୍ତିତ୍ୱ ଜିନି ମାଇ, ‘ମିସ୍‌ ୟୁନିଭର୍ସ ୨୦୧୨’ ଅଲିଭିଆ କ୍ୟୁଲ୍‌ପୋ ଓ ଆମେରିକୀୟ ଟେଲିଭିଜନ୍‌ ଉପସ୍ଥାପିକା ମାରିଆ ମିନୋନସ୍‌।

ତେବେ ନିକାରାଗୁଆ, ଅଷ୍ଟ୍ରେଲିଆ ଏବଂ ଥାଇଲ୍ୟାଣ୍ଡ ଟପ ୩ରେ ନିଜର ସ୍ଥାନ ହାସଲ କରିଛି, କିନ୍ତୁ ସେଏନିସ୍ ପାଲାସିଓସ୍ ଏହି ପ୍ରତିଯୋଗିତାରେ ଜିତି ମିସ୍ ୟୁନିଭର୍ସ ୨୦୨୩ ହୋଇଛନ୍ତି । ଭାରତୀୟ ପ୍ରାର୍ଥୀ ଶ୍ୱେତା ଶାରଦା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଏବଂ ପରେ ସେ ଟପ ୨୦ ରେ ରହିଥିଲେ ମଧ୍ୟ ସେ ଏଥିରେ ନିଜ ସ୍ଥାନ ବନାଇପାରିନଥିଲେ ।

ଭାରତର ଶ୍ୱେତା ଶାରଦାଙ୍କର କେଉଁ ସ୍ଥାନ?
ଏହି ବିୟୁଟି ପ୍ରତିଯୋଗିତାରେ ଟପ ୨୦ ରେ ସ୍ଥାନ ପାଇଥିବା ଶ୍ୱେତା ଶାରଦା ହେଉଛନ୍ତି ୨୩ ବର୍ଷ ବୟସ୍କା ମଡେଲ୍, ଯିଏକି ଚଣ୍ଡିଗଡ଼ରେ ଜନ୍ମଗ୍ରହଣ ହୋଇଛନ୍ତି । ଶ୍ୱେତା ମିସ୍‌ ଦିଭା ୟୁନିଭର୍ସ-୨୦୨୩ର ବିଜେତା ହୋଇଥିଲେ। ଏଥିସହ ସେ ମିସ୍‌ ଟ୍ୟାଲେଣ୍ଟେଡ୍‌, ମିସ୍‌ ବଡି ବ୍ୟୁଟିଫୁଲ, ଟପ୍‌ ୫ ମିସ୍‌ ଫଟୋଜେନିକ୍‌ ଏବଂ ଟପ୍‌ ୬ ମିସ୍‌ ର଼୍ୟାମ୍ପ ୱାକ୍‌ ଭାବେ ମଧ୍ୟ ଟ୍ରଫି ଜିତିଥିଲେ। ଶ୍ୱେତାଙ୍କୁ ନିଜ କ୍ୟାରିୟର ପାଇଁ ୧୬ ବର୍ଷ ବୟସରେ ଘର ଛାଡ଼ିବାକୁ ପଡ଼ିଥିଲା ।

Get real time updates directly on you device, subscribe now.