fbpx

World Cupରେ ନିଜେ ଫେଲ୍, କିନ୍ତୁ ଅଷ୍ଟ୍ରେଲିଆକୁ ଚମ୍ପିଆନ୍ କରାଇଦେଲେ କୋଚ୍ ଡାନିଏଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଚମ୍ପିଆନ ଭାବରେ ପରିଚୟ ପାଇଛି । ଟିମ ଇଣ୍ଡିଆକୁ ମାତ୍ ଦେଇ ବିଜୟ ମୁକୁଟ ପିନ୍ଧିଛି କମିନ୍ସ ସେନା । ତେବେ ଏହି ମ୍ୟାଚରେ ଶତକ ହାସଲ କରି ଟ୍ରାଭିସ ହେଡ୍ ଦଳ ପାଇଁ ହିରୋ ପାଲଟିଛନ୍ତି । କିନ୍ତୁ ତାଙ୍କ ବ୍ୟତୀତ ଆଉ ଜଣେ ହିରୋ ମଧ୍ୟ ରହିଛନ୍ତି, ଯାହାଙ୍କ ରଣନୀତିରେ ଭାରତକୁ ଫସାଇବାରେ ସଫଳ ହୋଇଛି ଅଷ୍ଟ୍ରେଲିଆ । ଅଧିନାୟକ ଭାବରେ ସେ ଏହି କାରନାମା କରିବାରେ ସଫଳ ହୋଇ ପାରି ନଥିଲେ ମଧ୍ୟ କୋଚ୍ ଭାବରେ ଅଷ୍ଟ୍ରେଲିଆକୁ ବିଶ୍ୱବିଜୟୀ କରାଇଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ ଭିଟୋରୀ ।

ନିଜ ଦେଶକୁ ଗୋଟିଏ ଥର ବି ଚମ୍ପିୟାନ କରାଇପାରିଲେନି। ଏଥର ସେମିରୁ ଆସି ଦଳ ହାରିଗଲା, ଆଉ ବିଶ୍ଵକପରୁ ବାଦ୍ ପଡ଼ିଲା। କିନ୍ତୁ ଅଷ୍ଟ୍ରେଲିଆକୁ ବିଜେତା କରି ଦେଖାଇଲେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ । ଡାନିଏଲ ଭିଟୋରୀ ତତ୍ତ୍ୱାବଧାନରେ ଷଷ୍ଠ ଥର ପାଇଁ ଅଷ୍ଟ୍ରେଲିଆ ହାତେଇଛି ବିଶ୍ଵକପ । ଅଷ୍ଟ୍ରେଲିଆ କ୍ରିକେଟ ଟିମର ସହକାରୀ କୋଚ୍ ରହିଛନ୍ତି ଭିଟୋରୀ । ତେବେ ଦଳରେ ତାଙ୍କର ମୂଲ୍ୟବାନ ପରାମର୍ଶ ବର୍ତ୍ତମାନ ଦଳକୁ ଚାମ୍ପିୟନ ହେବାରେ ନିଶ୍ଚିତ ସହାୟକ ହୋଇଛି । ଆଜିର ଫାଇନାଲ ମ୍ୟାଚରେ ଭାରତୀୟ କ୍ରିକେଟ ଫ୍ୟାନ୍ସମାନେ ଆଶା କରିଥିଲେ, ଯେ ଭାରତ ଅଷ୍ଟ୍ରେଲିଆକୁ ହରାଇ ୧୨ ବର୍ଷ ପରେ ଦିନିକିଆ ବିଶ୍ଵକପ ଜିତିବ । କିନ୍ତୁ ଭାରତ ପ୍ରଥମ ଦଳ ଭାବେ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହି ଫାଇନାଲରେ ପାଦ ଥାପିଥିଲେ ମଧ୍ୟ  ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇବାରେ ବିଫଳ ହୋଇଛି । ଏହି ମ୍ୟାଚ ପୂର୍ବରୁ ଡାନିଏଲ ଭିଟୋରୀ ଅଷ୍ଟ୍ରଲିଆ କ୍ରିକେଟ ଟିମକୁ କିଛି ମନ୍ତବ୍ୟ ଦେଉଥିବାର ନଜର ଆସିଥିଲେ । ତେବେ ତାଙ୍କର ଏହି ଉପଦେଶ ଅଷ୍ଟ୍ରେଲିଆକୁ ବିଶ୍ଵବିଜୟୀର ମୁକୁଟ ଦେଇଛି ।

ଟସ୍ ଜିତି ଫାଇନାଲ ମ୍ୟାଚରେ ପ୍ରଥମେ ବୋଲିଂ କରିଥିଲା ଅଷ୍ଟ୍ରେଲିଆ । ପ୍ରଥମରୁ ବୋଲରମାନେ ତାଙ୍କ ଆଧିପତ୍ୟ ବିସ୍ତାର କରିଥିଲେ । ଗୋଟିଏ ପଟେ ଅଧିନାୟକ ରୋହିତ ବିସ୍ଫୋରକ ପାଳି ଖେଳୁଥିବା ବେଳେ ଅନ୍ୟପଟେ ଓ୍ଵିକେଟ ନେଇଥିଲେ ବୋଲର । ଆଉ ଭାରତ ନିଜ ପାଳିରେ ମାତ୍ର ୨୪୦ ରନ କରିବାକୁ ସକ୍ଷମ ହୋଇଥିଲା । ମ୍ୟାଚରେ ଭିଟୋରୀ ବୋଲରମାନଙ୍କୁ ତାଙ୍କ ଅଭିଜ୍ଞତାରୁ ଉପଦେଶ ଦେଇଥିଲେ, ଯାହାକି ବୋଲରମାନେ ମ୍ୟାଚରେ ନିଖୁଣ ଭାବରେ ଲିଭାଇଥିଲେ । ତେବେ ନ୍ୟୁଜିଲାଣ୍ଡ ଦିନିକିଆ ବିଶ୍ଵକପରେ ୨୦୧୫ ଓ ୨୦୧୯ରେ ୨ ଥର ଫାଇନାଲ ଖେଳିଛି । ଦୁଇଟି ଯାକ ମ୍ୟାଚରେ ଦଳ ରନର୍ସ ଅପ୍ ହୋଇଥିବା ବେଳେ ଏଥର ବିଶ୍ଵକପରେ ଭାରତ ଠାରୁ ସେମିରେ ହାରି ବିଶ୍ଵକପରୁ ବିଦାୟ ନେଇଥିଲା ।

Get real time updates directly on you device, subscribe now.