fbpx
BSKY SKY
BSKY SKY

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏହି କାର୍ଯ୍ୟକ୍ରମରେ ଦେବେ ଯୋଗ

BSKY

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦୁନିଆ ଗସ୍ତରେ ଓଡ଼ିଶା  ଆସୁଛନ୍ତି । ରାଷ୍ଟ୍ରପତି ହେବା ପରେ ମହାମହିମ ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ପାଇଁ ମୟୂରଭଞ୍ଜ ଗସ୍ତ କରିଛନ୍ତି । ସେ ରାଇରଙ୍ଗପୁରରେ ୩ଟି ନୂଆ ଟ୍ରେନର ଲୋକାର୍ପଣ କରିବେ । ଏହା ବ୍ୟତୀତ ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଶିବେଶନରେ ସେ ସାମିଲ ହେବେ ।

ସୂଚନା ଅନୁସାରେ, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବାରିପଦାରେ ରହିଛି । ସେଠାରେ ଅନୁଷ୍ଠିତ ହେଉଥିବା ୩୬ତମ ଜାତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ସେ ଯୋଗଦେବେ । କୁଳିଅଣାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଲୋକାର୍ପଣ କରିବେ । ରାଷ୍ଟ୍ରପତି ଗସ୍ତକୁ ନେଇ ବାରିପଦା ଓ ରାଇରଙ୍ଗପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.