fbpx

ଶରୀରରେ ଦେଖାଯାଉଛି କି ଏହିସବୁ ସଂକେତ, ତେବେ ଜାଣନ୍ତୁ ଆପଣଙ୍କ କିଡନୀ ଖରାପ ହେବାକୁ ଯାଉଛି

ନୂଆଦିଲ୍ଲୀ: କିଡନୀ ଆମ ଶରୀରର ବହୁତ ଛୋଟ ଅଙ୍ଗ ହୋଇଥାଏ । କିନ୍ତୁ ଆମ ସ୍ୱାସ୍ଥ୍ୟ ଲାଗି ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଏହା ପ୍ରତି ୩୦ ମିନିଟ୍‌ରେ ଆମ ଶରୀରରେ ରକ୍ତକୁ ପରିଷ୍କାର କରିଥାଏ । ଏହାଦ୍ୱାରା ଆମ ଶରୀରରୁ ବର୍ଜ୍ୟ ପଦାର୍ଥ, ବିଷାକ୍ତ ପଦାର୍ଥ ବାହାରକୁ ଆସିଯାଏ । ଆମ ଦେଶରେ ଲଗାତର କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଯେତେବେଳେ ଆପଣଙ୍କ ଦୁଇଟିଯାକ କିଡନୀ ପୁରା ନଷ୍ଟ ହୋଇଯାଏ ଓ ଆପଣଙ୍କ ଶରୀରରେ ରକ୍ତ ଆଉ ପରିଷ୍କାର ହୋଇପାରେ ନାହିଁ ସେତେବେଳେ ବ୍ୟକ୍ତିକୁ କ୍ରୋନିକ୍ କିଡନୀ ରୋଗର ସାମ୍ନା କରିବାକୁ ପଡିଥାଏ । ଫଳରେ ଶରୀରରେ ପାଣି ଓ ବର୍ଜ୍ୟ ପଦାର୍ଥ ବହୁ ମାତ୍ରାରେ ବଢିଯାଏ । ଏହାଦ୍ୱାରା ବ୍ୟକ୍ତିକୁ ହୃଦରୋଗ ଓ ଷ୍ଟ୍ରୋକ ପରି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । କିଡନୀ ଖରାପ ହେବା କାର
ଏହି କାରଣରୁ ଏହାକୁ ସାଇଲେଣ୍ଟ କିଲର କୁହାଯାଏ । ଏହାର କୌଣସି ବି ଲକ୍ଷଣ ପ୍ରଥମେ ଜଣାପଡି ନ ଥାଏ । ଏହି ରୋଗ ଧରିବା ଲାଗି ରୋଗୀକୁ ବାରମ୍ବାର ବ୍ଲଡ ଓ ୟୁରିନ୍ ପରୀକ୍ଷା କରିବାକୁ ପଡିଥାଏ । ତେବେ ଯେତେବେଳେ କିଡନୀ ରୋଗ ସମସ୍ୟା ବଢିଯାଏ ସେତେବେଳେ ତା’ ଶରୀରରେ କିଛି ସଂକେତ ଦେଖାଦେଇଥାଏ ।
-ଓଜନ ଓ ଭୋକ କମ୍ ହେବା ।
-ଶ୍ୱାସକ୍ରିୟାରେ ସମସ୍ୟା
-କ୍ଲାନ୍ତି ଲାଗିବା
-ଗଣ୍ଠି ଫୁଲିବା
-ପରିସ୍ରାରେ ରକ୍ତ ପଡିବା
-ଲଗାତର ମୁଣ୍ଡବିନ୍ଧିବା
ଏହା ବ୍ୟତିତ ଅନ୍ୟାନ୍ୟ କିଛି ଲକ୍ଷଣ ଯେପରିକି ଶୀଘ୍ର ସଂକ୍ରମଣର ଶିକାର ହେବା, ରକ୍ତହୀନତା, ଶରୀରେ ପୋଟାସିୟମ ଓ ଫସଫରସ୍ ବଢିଯିବା ଇତ୍ୟାଦି ।

Get real time updates directly on you device, subscribe now.