ନୂଆଦିଲ୍ଲୀ: କ୍ରିକେଟ୍ ବିଶ୍ୱକପ୍ରେ ଭାରତୀୟ ଟିମ୍ର ପରାଜୟକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୋଡି ତାଙ୍କୁ ଅଶୁଭ ବୋଲି କହି ଦେଇଥିଲା । ଏହାପରେ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଏହାକୁ ନେଇ ଅଭିଯୋଗ କରିଥିଲା । ନିର୍ବାଚନ କମିଶନ ଏ ନେଇ କଂଗ୍ରେସକୁ ନୋଟିସ୍ ବି ଜାରି କରିଛି । ଏହାସତ୍ତ୍ୱେ କଂଗ୍ରେସ ସୁଧୁରିବା ପରିବର୍ତ୍ତେ ପୁଣି ମୋଦୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ରଖିଛି ।
ଏବେ ସୋସିଆଲ ମିଡିଆରେ କଂଗ୍ରେସ ମୋଦୀଙ୍କୁ ପନୌତି-ଇ-ଆଜମ୍ ବୋଲି କହି ଟିପ୍ପଣୀ ଦେଇଛି । କଂଗ୍ରେସ ଏକ ପୋଷ୍ଟର ଜାରି କରି ଲେଖିଛି, ‘ପନୌତି ତୁମ୍ କମ୍ ଯାଓଗେ’ । ଏହି ପୋଷ୍ଟରରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚନ୍ଦ୍ରଯାନ ୨ର ଅସଫଳତା, କରୋନା ଓ ଫାଇନାଲରେ ଭାରତୀୟ ଟିମ୍ର ପରାଜୟ ପାଇଁ ଦାୟୀ କରିଛି ।
PANAUTI-E-AZAM pic.twitter.com/sny5TRX886
— Congress (@INCIndia) November 24, 2023
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚୌକିଦାର ଚୋର ବୋଲି କହିଥିଲା ଯାହାକୁ ବିଜେପି ନିର୍ବାଚନରେ କଂଗ୍ରେସ ବିରୁଦ୍ଧରେ ମୁଖ୍ୟ ଅସ୍ତ୍ର କରିଥିଲା । ଏବେ ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ବି ବିଜେପି ୨୦୨୪ ନିର୍ବାଚନରେ ମୁଖ୍ୟ ଅସ୍ତ୍ର କରିପାରେ ।
ଏବେ ସୋସିଆଲ ମିଡିଆରେ କଂଗ୍ରେସ ୧୯୬୦ ଦଶକର ଫିଲ୍ମ ମୁଗଲ ଇ ଆଜମର ଆଧାରରେ ଏକ ପୋଷ୍ଟର ଜାରି କରିଛି । ଏହାର ଶୀର୍ଷକ ରହିଛି ପନୌତି ଇ ଆଜମ୍ । କେବଳ ଏତିକି ନୁହେଁ ପଞ୍ଜାବ କଂଗ୍ରେସ ପକ୍ଷରୁ ଏକ ପୋଷ୍ଟର ମଧ୍ୟ ଜାରି କରାଯାଇଛି ଯେଉଁଥିରେ ଲେଖାଯାଇଛି ‘ପନୌତି ତୁମ୍ କବ୍ ଯାଓଗେ’ ।