fbpx

ମାଂସ ଖାଇବା ଉପରେ ଲାଗିଲା ପ୍ରତିବନ୍ଧକ: ନ ମାନିଲେ ୫୫ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଖାଦ୍ୟରେ ଆମିଷ ଭୋଜନ କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ମାର୍କେଟରେ ମଧ୍ୟ ବିଭିନ୍ନ ମାଂସ ଜାତୀୟ ଖାଦ୍ୟ ଉପରେ ଅଧିକ ଚାହିଦା ରହୁଛି । ଚିକେନ୍ ଏବଂ ମଟନ୍ ରୁ ପ୍ରସ୍ତୁତ ବିଭିନ୍ନ ଡିସ୍ ଲୋକଙ୍କ ମନ କିଣୁଛି । କିନ୍ତୁ ବର୍ତ୍ତମାନ ଏହି ମାଂସ ଖାଇବା ଉପରେ କଟକଣା ଲାଗୁ କରାଯାଇଛି । ପ୍ରଥମ ଥର ପାଇଁ ଲୋକଙ୍କ ଖାଦ୍ୟପେୟ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇଛି । ତେବେ ଏହି ନିୟମ ନ ମାନି କେହି ଏହାର ଉଲ୍ଲଙ୍ଘନ କଲେ, ତାଙ୍କ ବିରୋଧରେ ୫୫ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇପାରେ ।

ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ମାଂସ ଖାଇବା ଉପରେ କଟକଣା ଲାଗୁ କରିଛି ଇଟାଲୀ । ତେବେ ବିଭିନ୍ନ ଲ୍ୟାବ୍ ବା ପ୍ରୟୋଗଶାଳାରେ ଉତ୍ପାଦନ ହୋଇଥିବା ମାଂସ କାଇବା ଉପରେ ଏହି ପ୍ରତିବନ୍ଧକ ଲାଗୁ ହୋଇଛି । ଏହାପୂର୍ବରୁ କୌଣସି ୟୁରୋପୀୟ ଦେଶ କ୍ରତ୍ରିମ ମାଂସ ଉପରେ କଟକଣା ଲଗାଇନାହାନ୍ତି । ତେବେ ନିୟମ ଲାଗୁ ହେବା ପରେ ଏହାକୁ ଅଣଦେଖା କିମ୍ବା ଉଲ୍ଲଙ୍ଘନ କଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ୬୦ ହଜାର ୟୁରୋ ଅର୍ଥାତ୍ ପ୍ରାୟ ୫୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇପାରେ ।

ମାଂସ ବ୍ୟାନ ନିଷ୍ପତ୍ତିକୁ ନେଇ ସଂସଦରେ ଭୋଟିଂ କରିବାରୁ ୧୫୯ ସାଂସଦ ଏହାକୁ ସମର୍ଥନ କରିଥିଲେ ଏବଂ ମାତ୍ର ୫୩ ଜଣ ଏହା ବିରୋଧରେ ଭୋଟ ଦେଇଥିଲେ । ତେବେ ବର୍ତ୍ତମାନ ଇଟାଲୀ ଏବଂ ୟୁରୋପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ । କାରଣ ବର୍ତ୍ତମାନ ସୁଦ୍ଧା ଦେଶର ମାତ୍ର ୨ଟି ଦେଶ ଆମେରିକା ଏବଂ ସିଙ୍ଗାପୁରରେ ହିଁ କୃତ୍ରିମ ମାଂସ ଉପରେ ରୋକ୍ ଲଗାଯାଇଛି । ଏଠାରେ ଏହି ମାଂସ ଖାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର ।

କାହିଁକି ବ୍ୟାନ୍ ହେଲା ମାଂସ?

କୃତ୍ରିମ ମାଂସ ଦ୍ୱାରା ଇଟାଲୀର ଖାଦ୍ୟ ସଂସ୍କୃତି ଉପରେ ବିପଦ ଥିବା ଯୋଗୁଁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି । ତେଣୁ ଏହି ପରମ୍ପରା ଏବଂ ସଂସ୍କୃତିକୁ ବଞ୍ଚାଇବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ରହିଥିଲା । ତେବେ ଏହି ନିୟମ ଲାଗୁ ହେବା ପରେ ଚାଷୀମାନେ ନିଜର ଖୁସି ଜାହିର କରିଛନ୍ତି ।

Get real time updates directly on you device, subscribe now.