fbpx

Breaking News; ମାତ୍ର ୪ ଦିନରେ ସରିଗଲା ବିଧାନସଭା : ୨୬ ଦିନ ବାକି ଥାଇ ବନ୍ଦ ହେଲା ଶୀତ ଅଧିବେଶନ

ଭୁବନେଶ୍ୱର: ଯଥେଷ୍ଟ ସମୟ ବାକି ଥାଇ ମଧ୍ୟ ଅଦାରେ ଅଟକିଛି ବିଧାନସଭା ଅଧିବେଶନ । ମାତ୍ର ୪ ଦିନ ପର୍ଯ୍ୟନ୍ତ ହିଁ ତିଷ୍ଠି ପାରିଛି ବିଧାନସଭାର ଶୀତ ଅଦିବେଶନ । ନଭେମ୍ବର ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶୀତ ଅଧିବେଶନ ୨୪ ତାରିଖରେ ହିଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦାରି ସମୟର ଯଥେଷ୍ଟ ପୂର୍ବରୁ ଏହି ଅଧିବେଶନକୁ ଶେଷ ହୋଇଛି । କାର୍ଯ୍ୟସୂଚୀ ଅନୁସାରେ, ଅଧିବେଶନର ଶେଷ ତାରିଖ ଡିସେମ୍ବର ୩୦ ତାରିଖ ରହିଥିଲା । କିନ୍ତୁ ଆରମ୍ଭର ମାତ୍ର ୪ ଦିନ ଭିତରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ । କାର୍ଯ୍ୟସୂଚୀରେ ୩୦ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୨୬ଟି କାର୍ଯ୍ୟ ଦିବସ ବାକି ଥାଇ ବିଧାନସଭା ଅଧିବେଶନ ଶେଷ ହୋଇଛି ।

Get real time updates directly on you device, subscribe now.