fbpx

(Video)ଟନେଲ୍ ଟ୍ରାଜେଡି: ସ୍ତ୍ରୀ’ର ଗହଣା ବିକି ସୁଡଙ୍ଗ ପାଖରେ ପହଞ୍ଚିଲେ ବାପା

ଉତ୍ତରକାଶୀ: ଆଜକୁ ୧୫ ଦିନ ହେଲାଣି କାଳ କୋଠରୀ ଭିତରେ ବନ୍ଦୀ ହୋଇ ରହିଛନ୍ତି ୪୧ ଶ୍ରମିକ। ଉଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯାଇଥିବା ସତ୍ତ୍ୱେ ବି ଏ ପର୍ୟ୍ୟନ୍ତ ଜଣେ ହେଲେ ବି ଶ୍ରମିକ ବାହାରକୁ ବାହାରି ପାରିନାହାନ୍ତି। ତେବେ ଏହି ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ମନଜିତ୍ ଚୌଧରୀ ନାମକ ଜଣେ ଶ୍ରମିକ ଉକ୍ତ ଟନେଲ ଭିତରେ ଫସି ରହିଛନ୍ତି। ଯାହାଙ୍କ ଘର ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଅଞ୍ଚଳରେ। ସେ ବି ମଧ୍ୟ ୧୫ ଦିନ ହେଲାଣି ଅନ୍ୟ ଶ୍ରମିକଙ୍କ ସହ ଅନ୍ଧାରରେ ଦିନ କାଟୁଛନ୍ତି। ହେଲେ ତାଙ୍କ ପରିବାରର ଦୁଃଖ କଥା ଜାଣିଲେ ଆପଣ ବି ତାଙ୍କ ଦୁଃଖରେ ଭାଙ୍ଗି ପଡିବେ। ଶେଷରେ ସ୍ତ୍ରୀ’ର ଗହଣା ବିକି ସୁଡଙ୍ଗ ପାଖରେ ପହଞ୍ଚିଛନ୍ତି ମନଜିତଙ୍କ ବାପା।

ସୂଚନା ଅନୁଯାୟୀ, ହଠାତ ମନଜିତଙ୍କ ପରିବାର ଲୋକେ ଟନେଲ୍ ଦୁର୍ଘଟଣାର ଖବର ପାଇଥିଲେ। ଆଉ ଏହା ପରେ ପୁଅ ପାଖକୁ ନ ଯାଇ ମନ ଜମା ଘରଧରି ନଥିଲା। ଲକ୍ଷ୍ମୀପୁର ଖେରୀରୁ ଟନେଲ ପର୍ୟ୍ୟନ୍ତ ପହଞ୍ଚିବା ପାଇଁ ମନଜିତ ବାପାଙ୍କ ପାଖରେ ଏତେ ଟଙ୍କା ନଥିଲା । କିନ୍ତୁ ପୁଅର ଅଘଟଣ ଖବର ପାଇ ମନଜିତଙ୍କ ବାପା ଘରେଥିବା ତାଙ୍କ ସ୍ତ୍ରୀର ନାକଫୁଲ ଓ ପାଉଁଜି ବନ୍ଧା ପକାଇ ଅର୍ଥ ଯୋଗାଡ଼ କରିଥିଲେ । ଗହଣା ବନ୍ଧା ପକାଇ ଯେଉଁ ଅର୍ଥ ମିଳିଥିଲା ତାକୁ ନେଇ ବାପା ଟନେଲ ପାଖକୁ ପହଞ୍ଚିଥିଲେ।

ମନଜିତଙ୍କ ବାପା ଏହି ଦୁର୍ଘଟଣାକୁ ନେଇ କହିଛନ୍ତି କି ମୋର ଦୁଇଟି ପୁଅ, ବଡ଼ପୁଅର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଏହା ପରେ ସାନପୁଅକୁ ଦେଖି ସ୍ୱାମୀ-ସ୍ତ୍ରୀ ଆମେ ଦିନ କାଟୁଛୁ । ଯେଉଁଦିନ ଆମେ ଏହି ଦୁର୍ଘଟଣା କଥା ଶୁଣିଛୁ ଆମେ ସ୍ୱାମୀ-ସ୍ତ୍ରୀ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟି ଯାଇଛୁ। ଦୁଃଖରେ ଭାଙ୍ଗିପଡ଼ି ମନଜିତଙ୍କ ବାପା କହିଛନ୍ତି କି, ଖାଇବା ପିଇବା ଛାଡି ଆମେ ଦିନ ରାତି ପୁଅର ଚିନ୍ତା କରୁଛୁ। ମନଜିତଙ୍କ ବାପା ଆହୁରି କହିଛନ୍ତି କି ପୁଅ ଥରେ ବାହାରିଲେ ତାକୁ ଆଉ ଏଠାକୁ କେବେ ପଠାଇବି ନାହିଁ । ଗାଁରେ ଏକ ଛୋଟ ଦୋକାନ କରି ପେଟ ପୋଷିବ।

ତେବେ ଏଠାରେ କହି ରଖିବାକୁ ଚାହୁଁକି, ଟନେଲ୍ ଭିତରେ ଥିବା ମନଜିତ ନିଜ ବାପାଙ୍କ ସହିତ କଥା ହୋଇଛନ୍ତି । ଆଉ ସେ କହିଛନ୍ତି ବାପା ତୁମେ ଖବର ଦେଉଥିବ। କନ୍ଦାକଟା କରିବ ନାହିଁ। ମୁଁ ଏଠାରେ ଭଲରେ ଅଛି।

Get real time updates directly on you device, subscribe now.