fbpx

ଦୋହଲୁଛି ପାକିସ୍ତାନ ରାଜନୀତି: ବିପଦରେ ରାଷ୍ଟ୍ରପତି ଆରିଫ ଅଲବୀଙ୍କ ପଦବୀ, ସୁପ୍ରିମକୋର୍ଟ ଉପରେ ସଭିଙ୍କ ନଜର

ପାକିସ୍ତାନ: ଦାୟିତ୍ୱ ତୁଲାଇବାରେ ନିରପେକ୍ଷତା ବଜାୟ ରଖିବାରେ ବିଫଳତା ପାଇଁ ପାକିସ୍ତାନ ରାଷ୍ର୍ରପତି ଆରିଫ ଅଲଭିଙ୍କୁ ପଦବୀରୁ ହଟାଇବାକୁ ଅନୁରୋଧ କରି ପାକିସ୍ତାନର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ରବିବାର ପାକିସ୍ତାନର ଏକ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ପାକିସ୍ତାନୀ ଖବରକାଗଜ ‘ଡନ୍’ର ସୂଚନା ଅନୁଯାୟୀ, ଗୁଲାମ ମୁର୍ତାଜା ଖାନ ଶନିବାର ଦାଖଲ କରିଥିବା ଆବେଦନରେ ଦର୍ଶାଯାଇଛି ଯେ ରାଷ୍ଟ୍ରପତି ତାଙ୍କ ସାମ୍ବିଧାନିକ ଦାୟିତ୍ୱ କରିବାକୁ ଏଡ଼ାଉଛନ୍ତି ।

ଏହି ଆବେଦନ ପତ୍ରରେ କୁହାଯାଇଛି ଯେ, ‘ରାଷ୍ଟ୍ରପତି ସମ୍ବିଧାନର ଉଲ୍ଲଂଘନ କରିଛନ୍ତି ଏବଂ ସାମ୍ବିଧାନିକ ଅଧିକାରକୁ ଅବହେଳା କରିଛନ୍ତି । ତେଣୁ ସେ ରାଷ୍ଟ୍ରପତି ଭାବେ ନିଜର ଦାୟିତ୍ୱ ତୁଲାଇବା ପାଇଁ ଯୋଗ୍ୟ ନୁହଁନ୍ତି । ସେ ଯଥାଶୀଘ୍ର ନିଜ ପଦ ଛାଡ଼ନ୍ତୁ। ”

ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, “ଦେଶର ମୁଖ୍ୟ ଭାବେ ଆଇନ ଅନୁଯାୟୀ କାର୍ୟ୍ୟ କରିବା ତାଙ୍କର ସାମ୍ବିଧାନିକ କର୍ତ୍ତବ୍ୟ । କିନ୍ତୁ ସେ ତାଙ୍କ କ୍ଷମତାର ଅପବ୍ୟବହାର କରୁଛନ୍ତି । ଏହା ସହିତ ତାଙ୍କ ଶବ୍ଦ ଓ ଆଚରଣ ଦ୍ୱାରା ସମ୍ବିଧାନର ଉଲ୍ଲଂଘନ ଜାରି ରଖିଛନ୍ତି।”

ଖବର ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପ୍ରତି ରାଷ୍ଟ୍ରପତି ଦଳୀୟ ଆଚରଣ କରୁଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି।

Get real time updates directly on you device, subscribe now.