fbpx

ଜୀବନ ନେଲା କାର୍ତ୍ତିକ ମାସର ଡଙ୍ଗା, ୧୨ ବର୍ଷର ନାବାଳିକାଙ୍କ ମୃତ୍ୟୁ

ସୋର: କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବା ବେଳେ ଏକ ଅଘଟଣ ଘଟିବା ଖବର ସାମ୍ନାକୁ ଆସିଛି । ପୋଖରୀରେ ଭାସୁଥିବା ଡଙ୍ଗାକୁ କାଢିବା ବେଳେ ଜଣେ ନାବଳିକା ବୁଡ଼ିଯାଇଛନ୍ତି । ତେବେ ପୋଖରୀରେ ବୁଡ଼ି ୧୨ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଛି ।

ବାସୁଦେବପୁର ପଢୁଆଁ ମହାଳିକ ସାହିରେ ଏପରି ଦୁଃଖଦ ଘଟଣା ଘଟିଛି । କାର୍ତ୍ତିକ ପୂର୍ଣ୍ଣିମାରେ ପୋଖରୀରେ ଅନେକ ଡଙ୍ଗା ଭସାଯାଇଥିଲା । ଭାସୁଥିବା ଡଙ୍ଗାକୁ କାଢିବା ଉଦ୍ୟମ ବେଳେ ସେ ଗଭୀର ଜଳରେ ବୁଡିଯାଇଥିଲେ । ଘଟଣାସ୍ଥଳରେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.