fbpx

ଅଜବ ବିବାହ ପରମ୍ପରା! ବିବାହରେ ଝିଅକୁ ଦାମୀ ଉପହାର ଦେବା ପାଇଁ ସମୁଦ୍ର ଗଭୀରକୁ ଯାଆନ୍ତି ବାପା

ନୂଆଦିଲ୍ଲୀ: ଦୁନିଆରେ ବିବାହକୁ ନେଇ ଅନେକ ପରମ୍ପରା ପ୍ରଚଳିତ । ସାଧାରଣତଃ ପରସ୍ପରକୁ ଭଲ ପାଉଥିବା ପ୍ରେମୀ- ଯୁଗଳ ଆକାଶରୁ ଜହ୍ନ ଓ ତାରା ତୋଳି ଆଣିବା, ନିଆରା ଢ଼ଙ୍ଗରେ ବିବାହ ଓ ଦୁଃସାହସିକ କାର୍ଯ୍ୟ କରିବା ନେଇ ଅନେକ କଥା କହିଥାନ୍ତି । ଏହି ସବୁ ପନ୍ଥା ଆପଣାଇ ଅନେକ ସଫଳ ହୋଇଥିବା ବେଳେ କିଛି ବିଫଳ ହୋଇଛନ୍ତି । ଦୁନିଆରେ ଏପରି ସ୍ଥାନ ବି ଅଛି ଯେଉଁଠି ଜଣେ ପୁରୁଷକୁ ମହିଳା ସହ ବିବାହ କରିବା ପାଇଁ ଦୁଃସାହସିକ ପଦକ୍ଷେପ ନେବାକୁ ପଡ଼ିଥାଏ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେହି ପୁରୁଷକୁ ଗଭୀର ସମୁଦ୍ରରେ ଥିବା ବିଶାଳ ସ୍ତନଧାରୀ ଜୀବ ହ୍ୱେଲର ଦାନ୍ତ ଆଣିବାକୁ ପଡ଼ିଥାଏ । ଏପରି ଏକ ଦେଶ ହେଉଛି ‘ଫିଜି’ । ଏହି ଦେଶରେ ପ୍ରଚଳିତ ବିବାହ ପରମ୍ପରା ଅନୁଯାୟୀ ଜଣେ ପୁରୁଷକୁ ବିବାହ କରିବା ପାଇଁ କନ୍ୟାର ପିତାକୁ ଗଭୀର ସମୁଦ୍ରରୁ ବିଶାଳ ସ୍ତନଧାରୀ ଜୀବ ହ୍ୱେଲର ଦାନ୍ତ ଦେବାକୁ ପଡ଼ିଥାଏ । ଏହାକୁ ‘ଟାବୁଆ ପରମ୍ପରା’ ମଧ୍ୟ କୁହାଯାଏ ।

ଏକ ରିପୋର୍ଟ ଅନୁଯାୟୀ ସ୍ପର୍ମ ହ୍ୱେଲର ଦାନ୍ତ(ଝକ୍ଟ୍ରରକ୍ସଜ୍ଞ ଡଷବକ୍ଷର ଞରରଗ୍ଧଷ)କୁ ଟାବୁଆ କୁହାଯାଏ । ଫିଜିର ଏହି ପରମ୍ପରା ଅନୁଯାୟୀ ଜଣେ ଯୁବକ ଗଭୀର ସମୁଦ୍ରରେ ହ୍ୱେଲ ଦାନ୍ତର ଶିକାର କରିବା ପରେ ପ୍ରେମ ନିବେଦନ କରିପାରିବ । ଟାବୁଆ ପରମ୍ପରା ସୁଚାଇ ଥାଏ ଯେ ଉକ୍ତ ଯୁବକ ଜଣଙ୍କ ସମ୍ପନ୍ନ ପରିବାରର । ଫିଜି ଭାଷାରେ ‘ଟାବୁଆ’ ଅର୍ଥ ପବିତ୍ର । ତେଣୁ ହ୍ୱେଲ ଦାନ୍ତକୁ ବିବାହ ବ୍ୟତୀତ ନିର୍ବନ୍ଧ, ଜନ୍ମ ଦିନରେ, କ୍ଷମା ପ୍ରାର୍ଥନା ଏବଂ ଅନ୍ତିମ ସଂସ୍କାର ଭଳି ଅବସରରେ ଉପହାର ଦେବାର ମାନ୍ୟତା ରହିଛି ।

ହ୍ୱେଲର ଦାନ୍ତକୁ ଉପହାରରେ ଦେବା ପଛରେ ବି ଏକ କାରଣ ରହିଛି । ଯଦି କେହି କାହାକୁ ଟାବୁଆ ଉପହାର ଦିଏ ତାହାର ଅର୍ଥ ହେଉଛି ସେହି ବ୍ୟକ୍ତି ପାଇଁ ଏହି ସମ୍ପର୍କ ସବୁଠାରୁ ବଡ଼ । ଏହି ସମ୍ପର୍କରେ ଥିବା ବିଶ୍ୱାସର ସୂତ୍ରକୁ ସେ କେବେ ବି ଭାଙ୍ଗି ନଥାଏ ।

Get real time updates directly on you device, subscribe now.