fbpx

Fake News ଉପରେ ପ୍ରଧାନମନ୍ତ୍ରୀଙ୍କ ‘ଡିଜିଟାଲ ଷ୍ଟ୍ରାଇକ’: ୧୨୦ରୁ ଅଧିକ YouTube Channelsକୁ ବ୍ଲକ

ନୂଆଦିଲ୍ଲୀ: YouTubeରେ ଭାଇରାଲ ହେବା ପାଇଁ ଏବଂ ଅଧିକ ରୋଜଗାର କରିବା ଆଶାରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଆଜିର ଯୁବପିଢୀ । ବାରମ୍ବାର ମିଥ୍ୟା ଖବର ତଥା ଗୁଜବ ଇତ୍ୟାଦିକୁ ସେୟାର କରିବା ପାଇଁ ମଧ୍ୟ ପଛାଉ ନାହାନ୍ତି । ଯାହାର ପ୍ରଭାବରେ ଦେଶର ସାଧାରଣ ଜନତାଙ୍କ ନିକଟରେ ମିଥ୍ୟା ଖବର ପହଞ୍ଚିବା ସହ ସଠିକ ଖବର ପହଞ୍ଚିବାରେ ବିଳମ୍ବ ହେଉଥିବା ଦେଖାଯାଉଛି । ତେବେ ଏହି ସମସ୍ୟାରେ ସମାଧାନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଏଭଳି ଚାନେଲ ଗୁଡ଼ିକ ବିରୋଧରେ ଏକ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି ପ୍ରଧାନମନ୍ତ୍ରୀ ।

ୟୁଟ୍ୟୁବରେ ଭ୍ୟୁଜ୍ ବଢାଇବା ଆଶାରେ ଅନେକ ୟୁଜର ଭୁଲ ଏବଂ ମିଛି ଥମ୍ବନେଲ ବ୍ୟବହାର କରୁଥିବା ଦେଖାଯାଇଛି । ଯାହା ଫଳରେ ମିଥା ଖବର ପ୍ରସାରଣ କରି ରୋଜଗାର କରିବାର ଉପାୟ ଏକ ଗମ୍ଭୀର ଚିନ୍ତା ପ୍ରକଟ କରିଛି । ତେବେ ଏହାକୁ ରୋକିବା ପାଇଁ ଭାରତ ସରକାର ପୁଣିଥରେ ବଡ଼ ଧରଣର ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଏକା ସାଙ୍ଗରେ ୧୨୦ ବା ତା’ଠାରୁ ଅଧିକ ୟୁଟ୍ୟୁବ ଚାନେଲକୁ ବ୍ଲକ କରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ଏହି ଚାନେଲ ଗୁଡ଼ିକରେ ବିଶେଷ କରି ମିଥା ଖବର ଏବଂ ଭୁଲ ଥମ୍ବନେଲ ବ୍ୟବହାର କରାଯାଉଥିବା ଚିହ୍ନଟ ହୋଇଥିଲା ।

ଗତ ୨୦୨୨ ଡିସେମ୍ବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଆଇବି ଏଭଳି ୨୬ଟି ୟୁଟ୍ୟୁବ ଚାନେଲର ପର୍ଦ୍ଦାଫାଶ କରିଛି । ଏମାନେ ଲଗାତାର ଭାବରେ ମିଥା ଖବର ପ୍ରସାରଣ କରିବା ସହ ୟୁଟ୍ୟୁବର ଭୁଲ ବ୍ୟବହାର କରୁଥିଲେ । ତେବେ ବର୍ତ୍ତମାନ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ତରପରୁ ଏମାନଙ୍କ ବିରୋଧରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନା ପ୍ରଯୁକ୍ତିବିଦ୍ୟା(ମଧ୍ୟବର୍ତ୍ତୀ ଦିଶା ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଜାର ସଂହିତା) ନିୟମ-୨୦ ଅନୁସାରେ, ୧୨୦ରୁ ଅଦିକ ୟୁଟ୍ୟୁବ ଚାନେଲକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.