fbpx

ଏ ବର୍ଷ ହେବନି ଶୀତ, IMD ଜାରି କଲା ଚେତାବନୀ

ନୂଆଦିଲ୍ଲୀ: ଭାରତରେ ଆସିଯାଇଛି ଶୀତଦିନ । ଉତ୍ତର ଭାରତ ସହିତ ଦେଶର ବହୁ ଭାଗରେ ଥଣ୍ଡା ପଡିବା ଆରମ୍ଭ କରିଦେଇଛି । ବହୁ ସ୍ଥାନରେ କୁହୁଡି ବି ପଡିବା ଆରମ୍ଭ କଲାଣି । କିନ୍ତୁ ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ(IMD)ଶୀତକୁ ନେଇ କିଛି ଏପରି ଭବିଷ୍ୟବାଣୀ କରିଛି ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଚିନ୍ତା ଖେଳିଯାଇଛି । IMD ଅନୁସାରେ ଚଳିତ ବର୍ଷ ଶୀତର ମୁଖ୍ୟ ସମୟ ଅର୍ଥାତ୍ ଡିସେମ୍ବରରୁ ଫେବୃୟାରୀ ପର୍ଯ୍ୟନ୍ତ ଅଧିକ ଶୀତ ଅନୁଭୂତ ହେବ ନାହିଁ ।

ଏହି ସମୟ ମଧ୍ୟରେ ଦେଶର ଅଧିକାଂଶ ଭାଗରେ ନ୍ୟୁନତମ ତାପମାତ୍ରା ସାମାନ୍ୟରୁ ଅଧିକ ରହିବାର ସମ୍ଭାବନା ରହିଛି । ମଧ୍ୟ ଓ ଉତ୍ତର ପଶ୍ଚିମ ଭାରତର କିଛି ଅଞ୍ଚଳକୁ ଛାଡି ଦେଶର ବହୁ ଭାଗରେ ସର୍ବାଧିକ ତାପମାତ୍ରା ସ୍ୱଭାବିକରୁ ଉପରେ ରହିବ । ଏହା ସହିତ ପାଣିପାଗ ବିଭାଗ କହିଛି କି ଡିସେମ୍ବର ଓ ଫେବୃୟାରୀ ମଧ୍ୟରେ ଉତ୍ତର ପଶ୍ଚିମ, ମଧ୍ୟ, ପୂର୍ବ ଓ ପୂର୍ବୋତ୍ତର ଭାରତର ଅଧିକାଂଶ ଭାଗରେ ସ୍ୱଭାବିକ ଠାରୁ କମ୍ ଶୀତ ଅନୁଭୂତ ହେବ ।

Get real time updates directly on you device, subscribe now.